ନୃତ୍ୟରେ ବମ୍‌ବମ୍‌ ବୋଲେ

ଭୁବନେଶ୍ୱର : ଶ୍ରୀରାଧା କଳାକୁଞ୍ଜର ଚତୁର୍ଥ ବାର୍ଷିକ ଉତ୍ସବ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପୀମାନେ ମଙ୍ଗଳା ଚରଣ, ବମ୍‌ବମ୍‌ ବୋଲେ ନୃତ୍ୟ ପରିବେଷଣ କରିଥିଲେ। ପରେ ସଚ୍ଚିକାନ୍ତ ପ୍ରଧାନ ଏକକ ନୃତ୍ୟ ‘ବ୍ରଜେ ବସନ୍ତ ନବନୀତ’ରେ ଅଭିନୟ କରିଥିଲେ। ଶେଷରେ କୁନିକୁନି ପିଲାମାନେ ପଲ୍ଲୀନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ବିଶିଷ୍ଟ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପ୍ରଫେସର ନବକିଶୋର ମିଶ୍ର ଓ ଲତା ଘୋଷ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ରାମଚନ୍ଦ୍ର ବେହେରା, ସୁକାନ୍ତ କୁମାର କୁଣ୍ଡୁ, ଅଖିମିତ୍ର ବେହେରା, ଜବାହାର ମିଶ୍ର, ଏକଲବ୍ୟ ମୁଦୁଲି ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଓ ନୃତ୍ୟ ନିର୍ଦେଶନା ଦେଇଥିଲେ ମନୋରଞ୍ଜନ ପ୍ରଧାନ ଓ ମିନତି ପ୍ରଧାନ।

ସମ୍ବନ୍ଧିତ ଖବର