ଦି ଇନ୍‌ଷ୍ଟିଚ୍ୟୁଟ ଅଫ ଆକାଉଣ୍ଟାଣ୍ଟ୍‌ସର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କଷ୍ଟ ଆକାଉଣ୍ଟାଣ୍ଟ୍‌ସ ଅଫ ଇଣ୍ଡିଆ ଭୁବନେଶ୍ୱର ଚାପ୍ଟର୍‌ର ୪୯ତମ ବାର୍ଷିକ ଉତ୍ସବ ୟୁନିଟ-୮ ନୀଳକଣ୍ଠନଗରଠାରେ ଥିବା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତର ଭୁବନେଶ୍ୱରର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଏମ୍‌ଏ ମାନସ କୁମାର ଠାକୁର, ଆଇସିଏଆଇର ପୂର୍ବତନ ସିଏମ୍‌ଏ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ସଭ୍ୟ ତଥା ଅଧ୍ୟକ୍ଷ ଓ ସିଏମ୍‌ଏ ଶିବପ୍ରସାଦ ପାଢ଼ୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ଦେବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଭୁବନେଶ୍ୱର ଚାପ୍ଟର୍‌ର ଅଧ୍ୟକ୍ଷ ସିଏମ୍‌ଏ ଉତ୍ତମ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସିଏମ୍‌ଏ ଦାମୋଦର ମିଶ୍ର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ୨୦୧୭-୨୦୧୮ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ତଥା ଚାପ୍ଟର ଯୋଗାଇ ଆସୁଥିବା ସେବା ଉପରେ ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ। ସିଏମ୍‌ଏ ଶାସ୍ୱତ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ସିଏମ୍‌ଏ ତାପସ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର, କମିସନରେଟ୍‌ ପୁଲିସ ଓ ରୋଟାରି କ୍ଲବର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର