ଯୋଗ ସାଧନା କେନ୍ଦ୍ରର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଭାରତୀୟ ଯୋଗ ସଂସ୍ଥାନ ଦ୍ୱାରା ପରିଚାଳିତ ଶ୍ୟାମା ପ୍ରସାଦ ମୁଖାର୍ଜି ପାର୍କ ଯୋଗ ସାଧନା କେନ୍ଦ୍ରର ବାର୍ଷିକ ଉତ୍ସବ ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାନ୍ତମନ୍ତ୍ରୀ ପ୍ରାଣବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଏର ମୁଖ୍ୟଯନ୍ତ୍ରୀ ରମା ବଲ୍ଲଭ ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅରୁଣ କୁମାର ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ରାଉତ ଉପସ୍ଥିତ ଥିଲେ। କ୍ଷେତ୍ର ପ୍ରଧାନ ସୁରେଶ ଚନ୍ଦ୍ର କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କେନ୍ଦ୍ର ପ୍ରମୁଖ ସୀତାରାମ ଦାସ ବାର୍ଷିକ ବିବରଣୀର ପାଠ କରିଥିଲେ। ଅରୁଣ କୁମାର ସାମଲ ସଭା ସଂଯୋଜନା କରିଥିବା ବେଳେ ନୀଳିମା ଭଟ୍ଟାଚାର୍ଯ୍ୟ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଚନ୍ଦ୍ରମଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର