ବିଜେଇଏମ୍‌-୨ର ବାର୍ଷିକ କ୍ରୀଡ଼ା ଉତ୍ସବ ‘ଯୁଏଗୋ’ ଉଦ୍‌ଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠସ୍ଥ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ର ଦ୍ୱାଦଶ ବାର୍ଷିକ କ୍ରୀଡ଼ା ଉତ୍ସବ ‘ଯୁଏଗୋ-୨୦୧୭’ ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଟାଟା ଷ୍ଟିଲ୍‌ କର୍ପୋରେଟ ସର୍ଭିସେସ୍‌ର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବାସ୍କେଟ୍‌ବଲ୍‌ କୋର୍ଟକୁ ଉଦଘାଟନ କରଥିଲେ।

ଯୁଏଗୋ-୨୦୧୭ର ବରିଷ୍ଠ ବର୍ଗରେ ଦ୍ୱାଦଶ ଶ୍ରେଣୀ ଛାତ୍ର ପ୍ରମୋଦ କୁମାର କାଳିଆ ଏବଂ ଛାତ୍ରୀ ଝରଣା ନାୟକ ବିଜେତା ହୋଇଥିଲେ। ଉପ ବରିଷ୍ଠ ବର୍ଗରେ ନବମ ଶ୍ରେଣୀ ଛାତ୍ର ସମ୍ବିତ ମହାନ୍ତି ଓ ଦଶମ ଶ୍ରେଣୀ ଛାତ୍ରୀ ବି.ସିଦ୍ଧିରାତ୍ରୀ ବିଜେତା ହୋଇଥିଲେ। କନିଷ୍ଠ ବର୍ଗରେ ଅଷ୍ଟମ ଶ୍ରେଣୀ ଛାତ୍ର ସତ୍ୟମ ରାଣା ଏବଂ ଛାତ୍ରୀ ଦେବୀ ପ୍ରସାଦିନୀ ପରିଡ଼ା ବିଜେତା ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଙ୍କ ସହ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ ଜେନା, ଉପ-ପରିଚାଳକ ଚିରଜଂନ ବରିସଲ, ବିଦ୍ୟାଳୟ ଅଧ୍ୟକ୍ଷା କ୍ଷଣିକା ଦାସ ଓ ବି.ଜେ ଶିକ୍ଷା ପରିଷଦର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ। ଖେଳ ଶିକ୍ଷକ ଶ୍ୟାମସୁନ୍ଦର ସାହୁ ଏବଂ ଖେଳ ଶିକ୍ଷୟିତ୍ରୀ ଅନୁସୂୟା ମହାରଣା ତତ୍ଵାବଧାନରେ ତିନି ଧରି କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର