ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍‌ର କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର : ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ର ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୧୮ ତିନି ଦିନ ଧରି ୟୁନିଟ୍‌-୧ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜଣାଶୁଣା ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ଶାରୀରିକ ଭାବେ ଫିଟ୍‌ ରହିଲେ ସୁସ୍ଥ ସମାଜ ଗଠନରେ ସେମାନେ ସହାୟକ ହୋଇପାରିବେ ବୋଲି ଶ୍ରୀ ଜେନା କହିଥିଲେ। ଉତ୍ସବରେ ସଭାପତିତ୍ୱ କରି ଅନୁଷ୍ଠାନର ଚେୟାରମ୍ୟାନ୍‌ ଦାମୋଦର ପତି କହିଲେ, ଦେଶର ଅର୍ଥନୀତିରେ ସୁସ୍ଥ ମାନବ ସମ୍ବଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ମେଡିକାଲ୍‌ ଓ ନର୍ସିଂ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ କ୍ରୀଡ଼ା ସହିତ ଯୋଡ଼ି ହୋଇ ରହିବାକୁ ଶ୍ରୀ ପତି ଆହ୍ଵାନ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ବିଶ୍ୱଜିତ ମୁଖାର୍ଜୀ ଏବଂ ନିମ୍‌ସ୍‌ କଲେଜ ଅଫ୍‌ ଫିଜିଓଥେରାପିର ଅଧ୍ୟକ୍ଷ, ନିମ୍‌ସ୍‌ ସ୍କୁଲ୍‌ ଆଣ୍ଡ୍‌ କଲେଜ୍‌ ଅଫ୍‌ ନର୍ସିଂର ଅଧ୍ୟକ୍ଷା ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସଂଯୋଜକ ବିନୋଦ କୁମାର ପରିଜା ଉତ୍ସବକୁ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଚେୟାରମ୍ୟାନ୍‌ ଶ୍ରୀ ପତି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର