ୟୁନିଟ-୨ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର : ୟୁନିଟ-୨ ସରକାରୀ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶୈଳାଧି ରାଜତନୟାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଏନସିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୌର୍ଯ୍ୟରଞ୍ଜନ ପରିଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ପୋରେଟର ରାମଚନ୍ଦ୍ର ପ୍ରଧାନ, ଜନନୀ ଫାଉଣ୍ଡେସନ ଅଧ୍ୟକ୍ଷା ମନୋରମା ରଥ, ଏସଏମସି ସଭାପତି ଦଣ୍ଡପାଣି ଗୌଡ଼ ଓ ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ କିଛି ଉତ୍ତମ ଅଭିଭାବକ ଓ ବଛାବଛା କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କ୍ରୀଡ଼ା ଶିକ୍ଷକ ଅଜୟ କୁମାର ତୁଙ୍ଗ ସାମନ୍ତ, ଅଞ୍ଜଳି ସ୍ୱାଇଁ, ବିନତି ପୃଷ୍ଟି, ବନିତା ମଣ୍ଡଳ, ନଳିନୀପ୍ରଭା ଦାସ, ଜୟଶ୍ରୀ ହୋତା, କୃଷ୍ଣଚନ୍ଦ୍ର ଦେବତା, ପ୍ରଜ୍ଞାଶ୍ରୀ ଦାଶ, ଶ୍ରବଣ କୁମାର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ହୋତା, ପଦ୍ମଚରଣ ଭୋଇ , କାଞ୍ଚନବାଳା ସ୍ୱାଇଁ, ଅଭିଭାବକ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରଞ୍ଜୁରାଣୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲା ବେଳେ କୁମୁଦିନୀ ଦେଈ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର