ଆମ୍ରି ହସ୍ପିଟାଲ୍‌ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ୱର : ଆମ୍ରି ହସ୍ପିଟାଲ୍‌ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଘଟିକିଆ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଫାଇନାଲ୍‌ କ୍ରିକେଟ୍‌ ମ୍ୟାଚ୍‌ ହସ୍ପିଟାଲିଟି ସର୍ଭିସ୍‌ ଓ ଆଡମିନ୍‌ ସେକ୍‌ସନ୍‌ ମଧ୍ୟରେ ହୋଇଥିଲା। ଏଥିରେ ହସ୍ପିଟାଲିଟି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୫ ଓଭର୍‌ରେ ୬ ଓ୍ଵିକେଟ୍‌ ହରାଇ ୧୦୦ ରନ୍‌ କରିଥିଲା। ଜବାବରେ ଆଡ୍‌ମିନ୍‌ ଦଳ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୪୮ ରନ୍‌ ସଂଗ୍ରହ କରିଥିଲା। ବିଜୟୀ ଦଳର ବୋଲର୍‌ କୃଷ୍ଣଚନ୍ଦ୍ର ପରିଡ଼ା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସୌମ୍ୟରଂଜନ ମହାରଣାଙ୍କୁ ମ୍ୟାନ୍‌ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ୍‌ ଟ୍ରଫି ମିଳିଥିଲା। ମ୍ୟାଚ୍‌କୁ ଡା. ପ୍ରଶାନ୍ତ ଓ ଡ. ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର