ନନ୍ଦନକାନନରେ ମାଈ ହାତୀ ‘କମଳା’ର ମୃତ୍ୟୁ, ମାସକ ମଧ୍ୟରେ ତୃତୀୟ ଘଟଣା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପର୍ଯ୍ୟଟକଙ୍କ ପାଇଁ ଥିବା ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ’ରେ ଗୁରୁବାର ମାଈ ହାତୀ ‘କମଳା’ର ମୃତ୍ୟୁ ଘଟିଛି। ହାରପିସ୍ ଭାଇରସ୍ ଯୋଗୁଁ ୭ ବର୍ଷର ମାଈ ହାତୀ ‘କମଳା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କମଳା ବୁଧବାର ସନ୍ଧ୍ୟା ପରଠାରୁ ଅସୁସ୍ଥ ଥିଲା। କମଳାର ଅସୁସ୍ଥ ହେବା ପରେ ଡାକ୍ତରୀ ଟିମ୍ ବହୁ ସମୟ ଧରି ଚିକିତ୍ସା କରିଥିଲେ ମଧ୍ୟ ତାକୁ ବଞ୍ଚାଇ ପାରି ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ହାରପିସ୍ ଭୂତାଣୁ ଯୋଗୁଁ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ଟି ହାତୀର ମୃତ୍ୟୁ ଘଟିଛି। ଏଥିରୁ ଗୋଟିଏ ଦନ୍ତା ସାମିଲ ଅଛି। ହାତୀ ‘ଚନ୍ଦନ’ର ମୃତ୍ୟୁ ପରେ ହାରପିସ୍ ଭୂତାଣୁ ଭୟରେ କର୍ତ୍ତୃପକ୍ଷ ଏଠାରେ ଥିବା ହାତୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚିନ୍ତା କରିଥିଲେ।
ବିଗତ ୨୬ ଦିନ ମଧ୍ୟରେ ୩ଟି ହାତୀର ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ଅଗଷ୍ଟ ୨୫ରେ ଗୋଟିଏ ଏବଂ ସେପ୍ଟେମ୍ବର ୧୫ରେ ଅନ୍ୟ ଏକ ହାତୀର ମୃତ୍ୟୁ ଘଟିଥିଲା।