ଭୁବନେଶ୍ବର: ସାଧାରଣ ଲୋକଙ୍କୁ ସୁସ୍ଥ ହୃତ୍ପିଣ୍ଡର ସୁରକ୍ଷା ତଥା କାର୍ଡିଓଭାସ୍କୁଲାର ଡିଜିଜ୍(ସିଭିଡି) ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତ ମଙ୍ଗଳବାର ଏନେଇ ସଚେତନତା ରଥ ବା ଗାଡ଼ିର ଶୁଭାରମ୍ଭ ହୋଇଛି। ଆପୋଲୋ ହସ୍ପିଟାଲ ପରିସରରୁ ଏହି ଗାଡ଼ି ରାଜ୍ୟର କୋଣ ଅନୁକୋଣକୁ ଯାତ୍ରା କରିଛି। ‘ବି ଏ ହାର୍ଟ ହିରୋ’ ଏହାର ଶୀର୍ଷକ ରହିଛି। ଏହି ଅଭିଯାନକୁ ଆପୋଲୋ ହସ୍ପିଟାଲ୍ସ୍ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ଆଞ୍ଚଳିକ (କେନ୍ଦ୍ରୀୟ) ସିଇଓ ସୁଧୀର ଏମ୍. ଦିଗ୍ନିକର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଗାଡ଼ି ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଆଦି ୨୦ଟି ଜିଲ୍ଲାକୁ ଯାତ୍ରା କରିବ। ଆସନ୍ତା ୩୦ ତାରିଖରେ ଏହା ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ପରିସରକୁ ଫେରିବ। ୧୩ ଦିନରେ ପାଖାପାଖି ୩ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିବ। ଏଥିରେ ହସ୍ପିଟାଲର ଏକ ସ୍ୱତନ୍ତ୍ର ଟିମ୍ ରହିବେ। ସେମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ହୃଦ୍ରୋଗ ଭୟାବହତା ନେଇ ସଚେତନ କରାଇବେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ନିର୍ଦ୍ଦେଶକ (ମେଡିକାଲ ସର୍ଭିସେସ୍) ଡାକ୍ତର ଆଶିଷ ଚନ୍ଦ୍ରା ଓ ଇଣ୍ଟରଭେନ୍ସିଓନାଲ୍ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ପିକେ ସାହୁଙ୍କ ସହ ବିଭିନ୍ନ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଆପୋଲୋ ହସ୍ପିଟାଲ ପକ୍ଷରୁ ଗଡ଼ିଲା ସୁସ୍ଥ ହୃତ୍ପିଣ୍ଡ ସଚେତନତା ରଥ
/sambad/media/post_attachments/wp-content/uploads/2019/09/dg6g54sdfgh984dg89d4gd65sa4gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)