ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଆପ୍ଟିପ୍ଲସ୍‌ର ସଫଳତା

ଭୁବନେଶ୍ୱର : ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଭୁବନେଶ୍ୱରସ୍ଥିତ ‘ଆପ୍ଟିପ୍ଲସ ଏକାଡେମି ଫର ସିଭିଲ ସର୍ଭିସ୍‌’ର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ବେଶ୍‌ ସଫଳତା ହାସଲ କରିଛି। ଏହି ଅନୁଷ୍ଠାନର ୨୭ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସଚିନ ଗୁପ୍ତା ସର୍ବଭାରତୀୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶାର ଛାତ୍ର ବଶିଷ୍ଠ ନନ୍ଦନ ଏବଂ ମନୋରଞ୍ଜନ ବେହେରା ସର୍ବଭାରତୀୟ ସ୍ତରରେ ଯଥାକ୍ରମେ ୫୮୬ ଏବଂ ୮୨୬ ର‍୍ୟାଙ୍କ୍‌ ପାଇଛନ୍ତି। ତା’ସହିତ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଗବେଷଣା ପରାମର୍ଶ କେନ୍ଦ୍ର ସହିତ ଓ୍ଵାର୍ଲଡ୍‌ ଓ୍ଵାଇଡ୍‌ ଆଚିଭର୍ସ ଏବଂ ନ୍ୟୁଜ ଚ୍ୟାନେଲ ‘ଇଣ୍ଡିଆ ଟୁଡେ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆପ୍ଟିପ୍ଲସ୍‌ର ଏକାଡେମିକୁ ଓଡ଼ିଶାର ଶ୍ରେଷ୍ଠ ସିଭିଲ ସର୍ଭିସ କୋଚିଂ ଅନୁଷ୍ଠାନ ଭାବେ ବିବେଚନା କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅନୁଷ୍ଠାନର ନିର୍ଦ୍ଦେଶକ ସୁସିଜିତ ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ସହିତ ଆପ୍ଟିପ୍ଲସ୍‌ର ସିଭିଲ୍‌ ସର୍ଭିସ୍‌ କୋଚିଂକୁ ଆହୁରି ଉଚ୍ଚସ୍ତରକୁ ନେବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର