ଅରୋମିରା ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଅରୋମିରା ପ୍ରି-ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ଇଡକଲ୍‌ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଫେସର୍‌ ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଓ ଲକ୍ଷ୍ମଣ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ କୁନି କୁନି ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଭିଭାବକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଶିଶୁମାନଙ୍କୁ ଜଣେ ସୁନାଗରିକ ଭାବେ ଗଢ଼ି ତୋଳିବା ପାଇଁ ପିତାମାତା ଓ ଶିକ୍ଷକ/ଶିକ୍ଷୟିତ୍ରୀ ଯତ୍ନବାନ ହେବା ଉଚିତ ବୋଲି ସେ କହିଥିଲେ। ସ୍କୁଲର ନିର୍ଦ୍ଦେଶକ ରୁଦ୍ର ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ‌ରେ ସ୍କୁଲର ଚେୟାରମ୍ୟାନ୍‌ ସତ୍ୟନାରାୟଣ ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଦ୍ୱୟ ପୁରସ୍କୃତ କରିଥିଲେ। ପରେ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସ୍କୁଲର ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅକ୍ଷୟ କୁମାର ନାୟକ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର