ନିର୍ବାଚନ ପାଇଁ ଗାଡ଼ି ନଦେବାରୁ ୧୭ଜଣଙ୍କ ନାମରେ ଗିରଫ ପରୱାନା

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକୀୟ ଗାଡ଼ି ନଦେବାରୁ ୧୭ଜଣ ଗାଡ଼ି ମାଲିକଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ଶୁକ୍ରବାର ଭୁବନେଶ୍ବର ଡିସିପିଙ୍କୁ ଚିଠି ଲେଖିଛି। ଆର୍‌ପି ଆକ୍ଟ, ୧୯୫୧ର ଧାରା ୧୬୦ ଅନୁଯାୟୀ ଭୁବ‌େନଶ୍ବର ଆରଟିଓ କେତେକ ଗାଡ଼ି ମାଲିକଙ୍କୁ ଗାଡ଼ି ଯୋଗାଇବାକୁ ନିର୍ଦ୍ଦେଶ ଦେଇଥି‌େଲ। ହେଲେ ଏଥିରୁ ୧୭ଜଣ ଗାଡ଼ି ଯୋଗାଇ ନଥି‌େଲ କି କର୍ତ୍ତୃପକ୍ଷଙ୍କୁ ଦେଖା କରି କାହିଁକି ଗାଡ଼ି ଯୋଗାଇପାରିବେନି ସେ ସମ୍ପର୍କରେ ଜଣାଇ ନଥିଲେ। ତେଣୁ ଆର୍‌ପି ଆକ୍ଟ, ୧୯୫୧ର ଧାରା ୧୬୦ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ନାମରେ ଗିରଫ ପରୱାନା ଜାରି କରିବାକୁ କୁହାଯାଇଛି। ଯଦି ଏହି ଗାଡ଼ିମାଲିକମାନେ ତୁରନ୍ତ ଗାଡ଼ି ନଯୋଗାଇବେ ତେବେ ତାଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଆରଟିଓ ପ୍ରଦୀପ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର