ଚିତ୍ର ଓ ଚିତ୍ରଶିଳ୍ପୀଙ୍କୁ ମିଳିବ ଅନ୍ତର୍ଜାତୀୟ ମଞ୍ଚ

ଭୁବନେଶ୍ୱର : ଚିତ୍ର ଓ ଚିତ୍ରଶିଳ୍ପୀଙ୍କୁ ମିଳିବ ଅନ୍ତର୍ଜାତୀୟ ମଞ୍ଚ। ଏକାଠି ହେବ ସମସାମୟିକ, ଆଧୁନିକ ଚିତ୍ର ଓ ସେଇ ଚିତ୍ରର ଚିତ୍ରଶିଳ୍ପୀବୃନ୍ଦ। ଦେଶ ଓ ଦେଶ ବାହାରୁ ସାମିଲ୍‌ ହେବେ ଜଣାଶୁଣା ଚିତ୍ରଶିଳ୍ପୀ। ଏଭଳି ଏକ ଯୋଜନା ପ୍ରସ୍ତୁତ କରିଛି ‘ସୁଭଦ୍ରା ଆର୍ଟ ଗ୍ୟାଲେରି’। ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରି ୩୦ରୁ ଆରମ୍ଭ ହେବ ଏହି ପ୍ରକ୍ରିୟା। ପ୍ରାମାଣିକ ଚିତ୍ର ପ୍ରଦର୍ଶନୀ ସାଙ୍ଗକୁ ବରିଷ୍ଠ ଓ କନିଷ୍ଠ ଶିଳ୍‌ୀଙ୍କ ଚିତ୍ରକଳା, କଳାକୃତି ପ୍ରଦର୍ଶିତ ହେବ। ରାମ୍‌ଧୁନ୍‌ ପରିବେଷଣ ସହ ଗାନ୍ଧୀଜୀଙ୍କ ବିଚାରଧାରାରେ ପ୍ରଭାବିତ ହୋଇଥିବା ଗାନ୍ଧିବାଦୀ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯିବ। ବାର୍ତାଳାପ ମଧ୍ୟ ଆୟୋଜିତ ହେବ। ଏହି ଦିନଠାରୁ ପ୍ରତ୍ୟେକ ଦୁଇ ମାସରେ ହେବ କାର୍ଯ୍ୟକ୍ରମ। ବର୍ଷଯାକର କାର୍ଯ୍ୟକ୍ରମ ପରେ ୨୦୧୮ ଡିସେମ୍ବର ୫ରୁ ୭ତାରିଖ ପର୍ଯ୍ୟନ୍ତ ଦେଶ ଓ ଦେଶ ବାହାରୁ ଶତାଧିକ ନିମନ୍ତ୍ରିତ ଶତାଧିକ ପ୍ରଖ୍ୟାତ ଚିତ୍ରଶିଳ୍ପୀ, ଭାସ୍କର୍ଯ୍ୟ ଶିଳ୍ପୀ, କଳା ସମୀକ୍ଷକ, ଲେଖକ ଓ ସାମ୍ବାଦିକ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ଏହି ବିଶାଳ କଳା ମହୋତ୍ସବରେ ଅଂଶଗ୍ରହଣ କରିବେ। ସୁଭଦ୍ରା ଆର୍ଟ ଗ୍ୟାଲେରି ପକ୍ଷରୁ ଗ୍ୟାଲେରିର ପ୍ରତିଷ୍ଠାତା ଇଂ ସୂର୍ଯ୍ୟ ରଥ ଏହି ବିଶ୍ୱ କଳା ମହୋତ୍ସବ ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର