ଚିତ୍ରରେ ‘କଲର୍ସ ଅଫ୍‌ ଦି ଇୟର’

ଭୁବନେଶ୍ୱର: ସୁଭଦ୍ରା ଆର୍ଟ ଗ୍ୟାଲେରି ପକ୍ଷରୁ ନୂତନ ବର୍ଷ ଆଗମନକୁ ସ୍ୱାଗତ କରି ଅନୁଷ୍ଠିତ ହୋଇଛି ସାମୂହିକ ଚିତ୍ରକଳା ପ୍ରଦର୍ଶନୀ ‘କଲର୍ସ ଅଫ୍‌ ଦି ଇୟର’। ପ୍ରଦର୍ଶନୀରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଡ.ମୁରଲୀଧର ଟାଲି, ଡ.ଦିନନାଥ ପାଠୀ, ଡ.ଜେପି ଦାସ, ଡ.ଦୁର୍ଗାପ୍ରସାଦ ଦାସ, ଯତୀନ ଦାସ, ବଳଦେବ ମହାରଥା, ଶିବ ପାଣିଗ୍ରାହୀ, ରାମହରି ଜେନାଙ୍କ ଭଳି ଆହୁରି ଅନେକ ଶିଳ୍ପୀଙ୍କ ଚିତ୍ର ସ୍ଥାନିତ ହୋଇଛି। ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ରବିନାରାୟଣ ରଥ, ଗ୍ୟାଲେରିର ପ୍ରତିଷ୍ଠାତା ସୂର୍ଯ୍ୟ ରଥ ପ୍ରମୁଖ ଉପସ୍ଥିତ ଥିଲେ। ସିଇଓ ସୂର୍ଯ୍ୟକାନ୍ତ ପଟ୍ଟନାୟକ ପରିଚାଳନା କରିବା ସହ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ। ଆସନ୍ତା ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲୁ ରହିବ।

ସମ୍ବନ୍ଧିତ ଖବର