ଶୁଭଦ୍ରା ଆର୍ଟ ଗ୍ୟାଲେରୀରେ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଶୁଭଦ୍ରା ଆର୍ଟ ଗ୍ୟାଲେରୀ ଠାରେ ଶନିବାର ଯୁବ ଚିତ୍ରଶିଳ୍ପୀ ରାଜନନ୍ଦିନୀ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ଶୁଭଦ୍ରା ଆର୍ଟ ଗ୍ୟାଲେରୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁଲିସ୍‌ କମିସନର ଯୋଗେଶ ବାହାଦୂର ଖୁରାନିଆ ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଖୁରାନିଆ, ରାଜନନ୍ଦିନୀଙ୍କ ଶୃଜନଶିଳତାକୁ ବହୁତ ପ୍ରଶଂସା କରିଥିଲେ ।

ଚିତ୍ରକଳା ପ୍ରତି ଆଗ୍ରହ ଓ ନିଷ୍ଠା ହେତୁ ବିନା ବୃତ୍ତିଗତ ପ୍ରଶିକ୍ଷଣରେ ରାଜନନ୍ଦିନୀ ବିଦ୍ୟାଳୟ ଜୀବନରେ ନିଜର ଶୃଜନଶିଳତାର ପରାକାଷ୍ଠା ମାଧ୍ୟମରେ ବିଭନ୍ନ ପ୍ରତିଯୋଗିତାରେ ସଫଳ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ସେ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ହାଇଦ୍ରାବାଦ ଓ ଚଣ୍ଡିଗଡଠାରେ ଅନୁଷ୍ଠିତ ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ସେ ସମ୍ମାନିତ ହୋଇଛନ୍ତି । ତାଙ୍କର ଚିତ୍ରକଳାରେ ମୁଖ୍ୟତଃ ବସ୍ତବବାଦି ଓ ସକରାତ୍ମକ ଦିଗକୁ ସ୍ଥାନିତ କରି ଦର୍ଶକଙ୍କ ଆସ୍ଥାଭାଜନ ସହ ବେସ୍‌ ଦ୍ୱାରା ଆଦୃତ ହୋଇଛନ୍ତି ।

କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡିଶା ଲଳିତ କଳା ଏକାଡେମୀର ସମ୍ପାଦକ ତାରାକାନ୍ତ ପରିଡା ଓ ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସମ୍ପାଦକ ରବି ନରାରାୟଣ ରଥ, ସଙ୍ଗୀତକାର ପଞ୍ଚାନନ ରାଉତ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରାଜନନ୍ଦିନୀଙ୍କ ସୃଜନଶିଳତାର ପ୍ରଶଂସା କରିଥିଲେ । ନଭେମ୍ବର ମାସରେ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଆର୍ଟ ଫେୟାରାରେ ସେ ଭାଗ ନେବେ ବୋଲି ସୂଚନ ଦେଇଛନ୍ତି ।

ସମ୍ବନ୍ଧିତ ଖବର