କିଡ୍‌ସରେ ଆଣ୍ଠୁଗଣ୍ଠି ସମସ୍ୟା ଉପରେ ସିଏମ୍‌ଇ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଡୁମ୍‌ଡୁମାସ୍ଥିତ କିଡ୍‌ସ ଡାଇବେଟିସ୍‌ ଓ ମଲ୍ଟିସ୍ପେସିଆଲିଟି ହସ୍‌ପିଟାଲ(କିଡ୍‌ସ) ଅଡିଟୋରିୟମରେ ଆୟୋଜିତ ଏକ କ୍ରମାଗତ ମେଡିକାଲ ଶିକ୍ଷା ବା ସିଏମ୍‌ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଣ୍ଠୁଗଣ୍ଠି ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଶୁଭ୍ରାଂଶୁ ଶେଖର ମହାନ୍ତି ଯୋଗ ଦେଇ କହିଥିଲେ ଯେ, ଅଷ୍ଟିଓଆଥ୍ରାଇଟିସ ଓ ର୍ୟୁମାଟିଜିମ୍‌ କାରଣରୁ ଆଣ୍ଠୁଗଣ୍ଠି ନଷ୍ଟ ହୋଇଥାଏ। ତେଣୁ ସଠିକ ସମୟରେ ଏହାର ଚିହ୍ନଟ କରାଯାଇ ଉପଚାର କରାଯିବା ଉଚିତ। ଶ୍ରୀ ମହାନ୍ତି କିଡ୍‌ସ ହସ୍‌ପିଟାଲ୍‌ରେ ଏବେ ସୁଦ୍ଧା ୩ଶହ ଆଣ୍ଠୁଗଣ୍ଠିର ପ୍ରତ୍ୟାରୋପଣ କରିସାରିଛନ୍ତି। ଏହି ଅବସରରେ ୨ଜଣ ସୁସ୍ଥ ଅସ୍ତ୍ରୋପଚାର ରୋଗୀ ସେମାନଙ୍କ ସଫଳ ଚିକିତ୍ସା ବିଷୟରେ କହିବା ସହ ସ୍ୱଳ୍ପ ଖର୍ଚ୍ଚରେ କିଡ୍‌ସରେ ସେମାନଙ୍କର ଚିକିତ୍ସା ହୋଇପାରିଥିବାରୁ ହସ୍‌ପିଟାଲର ଅଧ୍ୟକ୍ଷ ଆଲୋକ କାନୁନ୍‌ଗୋଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ୮୦ରୁ ଊର୍ଧ୍ୱ ଅସ୍ଥିଶଲ୍ୟ ଓ ଭେଷଜ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଏହାକୁ ପାଦରୋଗ ବିଶେଷଜ୍ଞ ଶିବାନୀ କୁମାର ସେନ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର