ଏଏସ୍‌ବିଏମ୍‌ର ସମାବର୍ତ୍ତନ ଉତ୍ସବ

ମେଣ୍ଢାଶାଳ: ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟ  (ଏଏସବିଏମ) ପରିସରରେ ଦ୍ବାଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଡ. ଅଶୋକ ଦଲୱାଇ, ସିଇଓ, ଜାତୀୟ ରେନଫେଡର ପ୍ରାଧିକାରୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରିଶ୍ରମ କରିବାର ଦକ୍ଷତା ବଢ଼ାଇବା, ସୁଯୋଗ ଅନ୍ବେଷଣ କରିବା ଏବଂ ବିଫଳତାକୁ ସାମନା କରିବା ପାଇଁ ନିଜକୁ ପ୍ରସ୍ତୁ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଏସବିଏମ ବୋର୍ଡ ଅଫ ଗଭର୍ଣ୍ଣର ଚେୟାରମ୍ୟାନ ଓ ଇନଫିନିଟି ଗ୍ରୁପର ଚେୟାରମ୍ୟାନ ରବୀନ୍ଦ୍ର ଚାମେରିଆ ସମାବର୍ତ୍ତନ ଉତ୍ସବରେ ପୌରୋହିତ୍ୟ କରି ନିଜର ବିଫଳତା ପୁଣିଥରେ ଆରମ୍ଭ କରିବାର ସୁଯୋଗ ଦେଇଥାଏ ଏବଂ  ଜୀବନରେ ସଫଳତାର ଏକ ନୂତନ ପଥ ପ୍ରଦାନ କରିଥାଏ ବୋଲି  କହିଥିଲେ। ଏଏସବିଏମର ପ୍ରତିଷ୍ଠାତା ଓ ନିର୍ଦେଶକ ପ୍ରଫେସର ଡ. ବିଶ୍ବଜିତ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରି  ନେତୃତ୍ବ ଓ ନେତା କଳା ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କୁ ଏଏସବିଏମ ଏକ୍ସଲେନ୍ସ ଆୱାର୍ଡ-୨୦୧୮ରେ ସମ୍ମାନିତ କରାଯାଇଥିଲା। ସମାବତ୍ତର୍ନ ଉତ୍ସବରେ ଭାରତର ଅନେକ ପ୍ରତିଷ୍ଠିତ କମ୍ପାନିର ଅଧିକାରୀ, ପୁରାତନ ଛାତ୍ର ଓ ଅଭିଭାବକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର