ସବୁଠୁ ଅଧିକ ଭୋଟ୍‌ରେ ଜିତିଲେ ଅଶୋକ

ଭୁବନେଶ୍ବର : ଗତ ଦୁଇଟି ନିର୍ବାଚନରେ ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଭୁବନେଶ୍ବର ଉତ୍ତରର ପ୍ରାର୍ଥୀ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିବାର ରେକର୍ଡ କରୁଥିବାବେଳେ ଏଥର ଏକାମ୍ର ଭୁବନେଶ୍ବରର ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ବରରେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିବାର ରେକର୍ଡ କରିଛନ୍ତି। ଅଶୋକ ପଣ୍ଡା ୨୭,୮୧୬ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଅଶୋକ ଗତ ଥର ଅପେକ୍ଷା ଏଥର ଅଧିକ ଭୋଟ୍‌ ପାଇଥିବାବେଳେ କମ୍‌ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ଗତ ଥର ସେ ୩୬,୪୭୬ଖଣ୍ଡ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ଏଥର ଅଶୋକଙ୍କୁ ୭୨,୮୧୬ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କୁ ୪୫୦୦୦ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ରଙ୍କୁ ୬୬୭୯ ଖଣ୍ଡ ଭୋଟ୍‌ ମିଳିଛି।

ସେହିପରି ଭୁବନେଶ୍ବର ମଧ୍ୟରେ ଅନନ୍ତ ନାରାୟଣ ଜେନାଙ୍କୁ ୫୪୦୨୨ଖଣ୍ଡ ଭୋଟ୍‌ ମିଳିଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜଗନ୍ନାଥ ପ୍ରଧାନଙ୍କୁ ୪୨୫୮୦ଖଣ୍ଡ ଭୋଟ୍‌ ମିଳିଛି। ଅନନ୍ତ ଏଠାରେ ୧୧,୪୪୨ଖଣ୍ଡ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ରାଜୀବ କୁମାର ପଟ୍ଟନାୟକଙ୍କୁ ୨୭୪୬ଖଣ୍ଡ ଭୋଟ୍‌ ମିଳିଛି।

ଭୁବନେଶ୍ବର ଉତ୍ତରରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜେପିର ଅପରାଜିତା ମହାନ୍ତିଙ୍କୁ ୨୫୫୨୪ଖଣ୍ଡ ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି। ସୁଶାନ୍ତ ୭୧୧୫୬ ଖଣ୍ଡ ଭୋଟ୍‌ ପାଇଥିବାବେଳେ ଅପରାଜିତା ୪୫୬୮୯ ଖଣ୍ଡ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଇତିଶ କୁମାର ପ୍ରଧାନ ୫୧୮୦ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର