ଭୁବନେଶ୍ବର: ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ୨୦୧୯-୨୦ ଶିକ୍ଷା ବର୍ଷରେ ଯୋଗ ଦେଇଥିବା ଦ୍ବାଦଶ ବ୍ୟାଚ୍ର ନୂତନ ଏମ୍ବିଏ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ‘ଆସ୍ଥା ଅଭିଷେକ-୨୦୧୯’ ହୋଟେଲ ନ୍ୟୁ ମାରିଅନ୍ଠାରେ ଅନୁଷ୍ଠିତ ହୋଇଯାଇଛି। ରେଳପଥ ଓ ତଟରକ୍ଷୀ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବ୍ରେନଷ୍ଟେନର ନିର୍ଦ୍ଦେଶକ ଅଶୋକ ମଙ୍ଗରାଜ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ବଙ୍କିମ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ଅଧ୍ୟକ୍ଷା ପ୍ରଫେସର ଶର୍ମିଳା ସୁବ୍ରମଣ୍ୟମ୍ ବାର୍ଷିକ ବିବରଣୀ ପାଠ କରିଥିଲେ। ପଞ୍ଚମୁଖୀ ଏଜୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ବିଜୟ କୁମାର ପାତ୍ର, ଟ୍ରଷ୍ଟି ବୃନ୍ଦ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ‘ଆସ୍ଥା ଦର୍ପଣ-୨୦୧୯’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରଫେସର ସବ୍ୟସାଚୀ ପ୍ରଧାନ, ପ୍ରଫେସର ନନ୍ଦିତା ମହାପାତ୍ର ଓ ଅଭିପ୍ସା ମିଶ୍ର ସଂଯୋଜନା କରିଥିଲେ। ଶେଷରେ ତ୍ରିଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ
/sambad/media/post_attachments/wp-content/uploads/2019/08/xnrtujrtnjrtjrjrn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)