ଏଥେନା ବୁକ୍‌ସ ପକ୍ଷରୁ ଆଲୋଚନାଚକ୍ର ଲୋକାର୍ପିତ ହେଲା ଦଶଟି ପୁସ୍ତକ

ଭୁବନେଶ୍ୱର: ଏଥେନା ବୁକ୍‌ସ ପକ୍ଷରୁ ‘ସାମ୍ପ୍ରତିକ ସମୟରେ ସାହିତ୍ୟର ପ୍ରାସଙ୍ଗିତକା’ ଶୀର୍ଷକ ଆଲୋଚନାଚକ୍ର କେଦାରନାଥ ଗବେଷଣ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବି ଅମରେଶ ପଟ୍ଟନାୟକ ଉଦ୍‌ଘାଟକ, ପ୍ରଫେସର ଅଜୟ ପଟ୍ଟନାୟକ ମୁଖ୍ୟଅତିଥି, କବୟତ୍ରୀ ସୁଚେତା ମିଶ୍ର, କବି ପ୍ରସନ୍ନ କୁମାର ପଟ୍ଟନାୟକ ଓ କବି ଅମିୟ ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି , ଶାନ୍ତିନିକେତନର ପ୍ରଫେସର ଶରତ କୁମାର ନେଜା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କବି ପ୍ରଶାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ଓଡ଼ିଆ କବିତା: ଆଧୁନିକତା ଓ ଶାସ୍ତ୍ରାୀୟତା’, କନକ ମଞ୍ଜରି ପଟ୍ଟନାୟକଙ୍କ ‘ଶବ୍ଦ ଛଳଛଳ’ ଓ ‘ଗୀତି ନୈବେଦ୍ୟ’, ଶର୍ମିଷ୍ଠା ପାଣିଗ୍ରାହୀଙ୍କ ‘ଗାଢ଼ ରଙ୍ଗର ପ୍ରେମ’, ସୁଶୀଲ ପଟ୍ଟନାୟକଙ୍କ ‘ଶୁଣ ସୁଜନେ’ ଅସୀମା ସାହୁଙ୍କ ‘ ପ୍ରିୟତମ ଶୀତଦିନ ଖରା’ ଓ ରାଣ ଯେ.., ଦିଲ୍ଲୀପ କୁମାର ଚୌଧୁରୀଙ୍କ ‘ମୋ ନାମ ଚନ୍ଦ୍ରଭାନୁ’ ରାଜକିଶୋର ଦାସଙ୍କ ‘କରିଦେ ପାରିରେ’ ଓ ‘ତୁମ ଆଖି’ ପ୍ରଭୃତି ପୁସ୍ତକ ଲୋକାର୍ପିତ ହୋଇଥିଲା। କବି ମନୋରଂଜନ ପାଣିଗ୍ରାହୀ ସମସ୍ତ ପୁସ୍ତକର ସମୀକ୍ଷା କରିଥିଲେ। ରାଜ କିଶୋର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା ଓ ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର