ଅଟୋଚାଳକଙ୍କୁ ଭୁଜାଲିରେ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ୱର: ଭଡ଼ା ଟଙ୍କା ମାଗିବାରୁ ଅଟୋଚାଳକଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମଞ୍ଚେଶ୍ୱର ଥାନା ପୁଲିସ ଚକେଇସିହାଣୀ ଅଞ୍ଚଳର ପପୁ ମାଝୀ ନାମକ ଜଣେ ଯୁବକକୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ସୋମବାର ରାତିରେ ପପୁ ମନୋଜ ଓଝାଙ୍କ ଅଟୋ ଭଡ଼ାକରି ଘରକୁ ଯାଇଥିଲା। ପପୁ ନିଶାସକ୍ତ ଅବସ୍ଥାରେ ବହୁ ସମୟ ଅଟୋରେ ବୁଲିବା ପରେ ମନୋଜ ତାଙ୍କୁ ଘର ନିକଟରେ ଛାଡ଼ିଥିଲେ। ତେବେ ଭଡ଼ା ମାଗିବାରୁ ପପୁ ଟଙ୍କା ଦେବା ବଦଳରେ ମନୋଜଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିଲା। ଏହାର ପ୍ରତିବାଦ କରିବାରୁ ପପୁ ଭୁଜାଲିରେ ମନୋଜଙ୍କୁ ଆକ୍ରମଣ କରିଥିଲା। ଏନେଇ ମନୋଜ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର