କାଳିଆ ଯୋଜନା ଟଙ୍କା ନମିଳିବାରୁ ପଳାସପୁରରେ ୱାର୍ଡ ସଭ୍ୟଙ୍କୁ ମାଡ଼

ଧଉଳି : ‘କାଳିଆ’ ଯୋଜନା‌ରେ ଟଙ୍କା ନ ମିଳିବାରୁ ଭୁବନେଶ୍ବର ବ୍ଲକ ଅଧୀନ ପଳାସପୁର ଗ୍ରାମର ୱାର୍ଡ ସଭ୍ୟ ଟିକିନା ମଲ୍ଲିକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଟିକିନା ଧଉଳି ଥାନାରେ ସେହି ଗ୍ରାମର କାହ୍ନୁ(୨୫)ଙ୍କ ବିରୋଧ‌ରେ ଅଭିଯୋଗ କରିଛନ୍ତି। ପୁଲିସ ଏ ସଂପର୍କରେ କୌଣସି ମାମଲା ରୁଜୁ କରିନଥିବା ବେଳେ ଆଜି ସଂଧ୍ୟାରେ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ଆପୋସ ସମାଧାନ କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ‘କାଳିଆ’ ଯୋଜନାରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ପାଇବାକୁ ଥିବା କାହ୍ନାଙ୍କ ଆକାଉଣ୍ଟକୁ ଏଯାଏ ଟଙ୍କା ଆସିନାହିଁ। ତାଙ୍କର ସବୁ ଯୋଗ୍ୟତା ଥାଇ ମଧ୍ୟ ତାଙ୍କୁ ରାସନ୍‌ କାର୍ଡ ମଧ୍ୟ ମିଳି ପାରିନାହିଁ। ତେଣୁ କାହ୍ନା ଗତକାଲି ଅପରାହ୍‌ଣରେ ନିଶାସକ୍ତ ଅବସ୍ଥାରେ ଟିକିନାଙ୍କୁ ଗାଳିମନ୍ଦ କରି ମାଡ଼ ମାରିବା ସହ ତାଙ୍କ ବାଇକ ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର