ଡ. କେଶବ ଶତପଥୀଙ୍କୁ ଜୀବନବ୍ୟାପୀ ଉତ୍କର୍ଷ ପୁରସ୍କାର

ଚନ୍ଦ୍ରଶେଖରପୁର : ଗୁଣାତ୍ମକ ଶିକ୍ଷାପ୍ରଦାନ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ତଥା ଜାତୀୟ ଶିକ୍ଷା ବ୍ୟବସ୍ଥାକୁ ଉଦାହରଣଯୋଗ୍ୟ ସମୃଦ୍ଧ କରିଥିବା ହେତୁ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷ ତଥା ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ (ଜୋନ୍‌-୧) ଡ. କେଶବ ଚନ୍ଦ୍ର ଶତପଥୀଙ୍କୁ ଜାତୀୟ ଜୀବନବ୍ୟାପୀ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ସେଣ୍ଟର୍‌ ଫର୍‌ ଏଜୁକେସନାଲ ଡେଭଲପ୍‌ମେଣ୍ଟ ତରଫରୁ ଭୁବନେଶ୍ୱରଠାରେ ଆୟୋଜିତ ଦୁଇଦିନିଆ ଏଡୁସମ୍ମିଳନୀ ଓ ଏଡୁପୁରସ୍କାର ବିତରଣ ସମାରୋହ ଅବସରରେ ଡ. ଶତପଥୀଙ୍କୁ ରାଜ୍ୟ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଓ ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ ଡ. ହୃଷୀକେଶ ସେନାପତି ପ୍ରମୁଖ ମାନପତ୍ର, ଉତ୍ତରୀୟ ଓ ଉତ୍କର୍ଷଫଳକ ପ୍ରଦାନ ସହ ସମ୍ବର୍ଧିତ କରିଥିଲେ। ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ଉତ୍କର୍ଷ ପୁରସ୍କାର ନାମରେ ନାମିତ ଏହି ପୁରସ୍କାର ଚୟନ କମିଟିରେ ଦେଶର ପ୍ରମୁଖ ଶିକ୍ଷାବିତ୍‌ଗଣ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର