ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀଙ୍କୁ ସମ୍ବର୍ଧନା

ଭୁବନେଶ୍ୱର: ଦଶମ ଶ୍ରେଣୀ ପରୀକ୍ଷାରେ ୯୪ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବିଭିନ୍ନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କୃତୀ ଛାତ୍ରଛାତ୍ରୀମାନଙ୍କୁ ଆଜି ସମ୍ବର୍ଧିତ କରାଯାଇଛି। ୟୁନିଟ୍‌-୮ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାଁ ଆରା ବେଗମ୍‌, ସମ୍ମାନିତ ଅତିଥି ଭାବେ ବିଦ୍ୟାଭାରତୀ, ଦିଲ୍ଲୀର ରାଷ୍ଟ୍ରୀୟ ସହ-ମନ୍ତ୍ରୀ କିଶୋର ଚନ୍ଦ୍ର ମହାନ୍ତି, ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ଉପସଭାପତି ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆହୁରି ଅଧିକରୁ ଅଧିକ ଶିକ୍ଷା ଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ। ପରବର୍ତୀ ବର୍ଷର ଛାତ୍ରଛାତ୍ରୀ ଯେପରି ଅଧିକ ସଫଳତା ପାଇବେ, ସେଥି ପାଇଁ ଚଳିତ ବର୍ଷର କୃତୀ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ଭୂମିକା ରହିଛି ବୋଲି ଅତିଥିମାନେ କହିଥିଲେ। ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଭାପତି ବିନାୟକ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର