କଳ୍ପନା ଛକରେ ଟ୍ରାଫିକ ସଚେତନତା : ଫାଇନ୍‌ କାଟିଲେ, ହେଲ୍‌ମେଟ୍‌ ପିନ୍ଧାଇଲେ ପୁଲିସ୍

ଭୁବ‌ନେଶ୍ୱର: ଫାଇନ୍‌ ଆଦାୟ ଆମର ଲକ୍ଷ୍ୟ ନୁହେଁ, ବରଂ ଆପଣ ସୁରକ୍ଷିତ ଘରେ ପହଞ୍ଚନ୍ତୁ, ଆମର ଏକାନ୍ତ କାମ୍ୟ। କଳ୍ପନା ଛକରେ ଅମାନିଆ ଚାଳକଙ୍କଠାରୁ ଫାଇନ୍‌ ଆଦାୟ କରିବା ସହ ସଚେତନ କରାଇବା ବେଳେ ଏଭଳି ବୁଝାଉଥିଲେ ନବନିଯୁନ୍ତ ଟ୍ରାଫିକ୍‌ ଡିସିପି ସାଗରିକା ନାଥ। କେବଳ ବୁଝାଉନଥିଲେ, ଫାଇନ୍‌ ବଦଳରେ ଗୋଟିଏ ଗୋଟିଏ ହେଲ୍‌ମେଟ୍‌ ମଧ୍ୟ ପ୍ରଦାନ କରୁଥିଲେ। ତାଙ୍କ ସହିତ ଅତିରିକ୍ତ ଡିସିପି ଅମରେଶ ପଣ୍ଡା, ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ପ୍ରମୁଖ ଚାଳକମାନଙ୍କୁ ସଚେତନ କରାଇଥିଲେ। ଆଜି ସକାଳେ କଳ୍ପନା ଛକ ଓ ଅପରାହ୍‌ଣରେ କଳିଙ୍ଗ ହସ୍‌ପିଟାଲ ଛକରେ ଏଭଳି ସଚେତନ କରାଯିବା ସହ ଚାଳକଙ୍କୁ ହେଲ୍‌ମେଟ୍‌ ପ୍ରଦାନ କରାଯାଇଛି। ଥରେ ଫାଇନ୍‌ ଦେବା ପରେ ହେଲ୍‌ମେଟ୍‌ କଥା ଭୁଲିଯାଇ ପୁଣି ଥରେ ଲୋକମାନେ ଧରାପଡ଼ୁଥିବା ଦେଖାଯାଇଛି। ଏଣୁ ଏଭଳି ଏକ ବ୍ୟବସ୍ଥା କରାଯାଇଥିବା କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଆଗକୁ ଘଟଣାସ୍ଥଳରେ ଯେପରି ଇନ୍‌ସ୍ୟୁରାନ୍ସ କରାଯାଇପାରିବ, ସେନେଇ ବିଭିନ୍ନ ସଂସ୍ଥାଙ୍କ ସହ କଥାବାର୍ତ୍ତା କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର