ଭୁବନେଶ୍ବର: ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଓଡ଼ିଶା (ଏନଏଲୟୁଓ) ଆସିଷ୍ଟାଣ୍ଟ ପ୍ରଫେସର ଡ. ନଚିକେତା ମିତ୍ତଲ ଏବଂ ଏଲଏଲଏମ ଛାତ୍ରଛାତ୍ରୀମାନେ କେନ୍ଦୁଝର ଜିଲ୍ଲା ଘସିପୁରା ଗ୍ରାମ ନ୍ୟାୟାଳୟ ପରିଦର୍ଶନ କରିଛନ୍ତି। ‘ଆକ୍ସେସ ଟୁ ଜଷ୍ଟିସ’ ପାଠ୍ୟକ୍ରମ ଅନୁଯାୟୀ ସେମାନେ ଆଇନ ସଚେତନତା ସର୍ଭେ କରିଥିଲେ। ଗ୍ରାମ ନ୍ୟାୟାଳୟର କାର୍ଯ୍ୟକାରିତା ଓ ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ କିପରି ଆଇନ ସେବା ଉପଲବ୍ଧ ହେଉଛି ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ସର୍ଭେ ସମୟରେ ଏଲଏଲଏମ ଛାତ୍ରଛାତ୍ରୀ ସମବେଦନା, ସାକ୍ଷୀ, ମଧୁଲେଖା, ସୂୟାସ, ମୟଙ୍କ ଏବଂ ଶୁଭେନ୍ଦୁ ଖାଳିଆମେଣ୍ଟା ଗ୍ରାମରେ ମୋବାଇଲ କୋର୍ଟ ଜରିଆରେ ଆଇନଗତ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ମକଦ୍ଦମାରେ ସମ୍ପୃକ୍ତ ପକ୍ଷଙ୍କ ମତାମତ ସଂଗ୍ରହ କରିଥିଲେ।
ଏନଏଲୟୁଓ ପକ୍ଷରୁ ଆଇନ ସଚେତନତା ସର୍ଭେ
/sambad/media/post_attachments/wp-content/uploads/2019/04/Untitled-16-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)