ଏବେ ‘ମାମା’ ପାଳି : ହର୍ପିସ୍‌ ଭୂତା‌ଣୁରେ ସଂକ୍ରମିତ ହୋଇ ଦୁଇଟି ହାତୀ ମୃତ୍ୟୁ ପରେ ଏବେ ଦୁଇ ବର୍ଷର ଛୋଟ ହାତୀ ‘ମାମା’କୁ ନେଇ ବଢ଼ିବାରେ ଲାଗିଛି ଆଶଙ୍କା

ମୃତ୍ୟୁ ସହ ଲଢ଼ୁଥିବା ହାତୀ ଗୌରୀ ପାଇଁ ଅକ୍ଟିକ୍ଲୋଭାର ଟିକା କାମ ଦେଲାନି। ଆମେରିକାର ସ୍ମିଥୋସିଆନ ଚିଡିଆଖାନା କର୍ତୃପକ୍ଷଙ୍କ ପରାମର୍ଶକ୍ରମେ ଆକ୍ଟିକ୍ଲୋଭର ଟିକା ଅଣାଯାଇ ଗୌରୀକୁ ଦିଆଯାଇଥିଲା। ଏହି ଟିକା ଓ ସାଲାଇନ୍ ଦେବା ପରେ ସନ୍ଧ୍ୟା ସୁଦ୍ଧା ଗୌରୀର ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ସେ ମୁଣ୍ତ ଓ ଶୁଣ୍ଢ ଉପରକୁ ଟେକି ଚଲାବୁଲା କରୁଥିଲା। ହେଲେ ତା’ ମୁଣ୍ତ ଓ ଶରୀରର ଅଭ୍ୟନ୍ତରୀଣରେ ହେଉଥିବା ରକ୍ତସ୍ରାବ ବନ୍ଦ ହୋଇ ନଥିଲା। ଅକ୍ରାନ୍ତ ହେବା ପରଠାରୁ ସେ ଖାଉ ନ ଥିଲା କି ପିଉ ନଥିଲା। ପରିଶ୍ରା ମଧ୍ୟ ହେଉ ନଥିଲା। ରାତିରେ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ରାତି ପ୍ରାୟ ୧୧ଟାରେ ତାର ମୃତ୍ୟୁ ହୋଇଛି। ସେପଟେ ‘କମଳା’ର ଶବ ବ୍ୟବଚ୍ଛେଦ କରିଥିବା ଓୟୁଏଟି ନିଦାନ ବିଭାଗର ମୁଖ୍ୟ ପ୍ରଫେସର୍‌ ଡ. ସୁଶେନ କୁମାର ପଣ୍ତା କହିଛନ୍ତି ଯେ ଜୁଲି, ଚନ୍ଦନ ଭଳି ସମାନ ଭୂତାଣୁରେ ଆକ୍ରାନ୍ତ ହୋଇ କମଳାର ମୃତ୍ୟୁ ହୋଇଛି।

ଆସାମ ଲାବରୋଟାରିକୁ ପଠାଯାଇଥିବା ହାତୀ ‘‌େଗୗରୀ’ ଓ ‘କମଳା’ର ରକ୍ତ ନମୁନାରୁ ଉଭୟ ହର୍ପିସ୍‌ ଭୂତା‌ଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଥିଲା। ହାତୀଦ୍ବୟଙ୍କ ମୃତ୍ୟୁ ହୋଇଥିବା ବେଳେ ବେଳେ ଏବେ ଦୁଇ ବର୍ଷର ଛୋଟ ହାତୀ ‘ମାମା’କୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ତା‌କୁ ମଧ୍ୟ ହର୍ପିସ୍‌ ଭୂତାଣୁ ଆକ୍ରାନ୍ତ କରିବାର ଆଶଙ୍କା‌ ରହିଛି। ‌ତେଣୁ ନନ୍ଦନକାନନ କର୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ଏଠାରେ ଥିବା ବଡ଼ ହାତୀ ପ୍ରେମା, ବାସନ୍ତୀ, ହୀରା ଉପରେ ବି ନଜର ରଖାଯାଇଛି।

ସମ୍ବନ୍ଧିତ ଖବର