ଅଣ୍ଡାରୁ ବାହାରିଲେ ଆଉ ୨ ଏମୁ ଛୁଆ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୭୦ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ଏମୁ ପକ୍ଷୀ ଅଣ୍ଡାରୁ ବୁଧବାର ଆଉ ୨ଟି ଛୁଆ ବାହାରିଛନ୍ତି। ଗତ ୧୮ ତାରିଖରେ ୨ଟି ଛୁଆ ବାହାରିଥିଲେ। ମୋଟ ୪ଟି ଛୁଆ ଅଣ୍ଡାରୁ ବାହାରିବା ପରେ ନନ୍ଦନକାନନରେ ଏହି ପ୍ରଜାତିର ପକ୍ଷୀ ସଂଖ୍ୟା ୯କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୨ ଅଣ୍ଡିରା ଓ ୩ଟି ମାଇ ଥିବା ବେଳେ ୪ଟିଙ୍କର ଲିଙ୍ଗ ଚିହ୍ନଟ ହୋଇନାହିଁ। ତେବେ ଅଉ ୩ଟି ଅଣ୍ଡାରୁ ଛୁଆ ବାହାରିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଗୋଟିଏ ଏମୁ ୧୧ଟି ପର୍ଯ୍ୟନ୍ତ ଅଣ୍ଡା ଦାନ କରିଥାଏ।

ସମ୍ବନ୍ଧିତ ଖବର