ବଚପନ୍‌ ପ୍ଲେ ସ୍କୁଲ୍‌ରେ ଚିଲ୍ଲର୍‌ ପାର୍ଟି

ଭୁବନେଶ୍ୱର: ତମାଣ୍ଡୋ ଥାନା କଳିଙ୍ଗବିହାର(କେ-୪) ସ୍ଥିତ ବଚ୍‌ପନ୍‌ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ପାଳନ ଅବସରରେ ଆଜି ‘ଚିଲ୍ଲର୍‌ ପାର୍ଟି’ ଅନୁଷ୍ଠିତ ହୋଇ ଯାଇଛି। କଳିଙ୍ଗବିହାର ଏଲ୍‌ଆଇଜି ଗ୍ରାଉଣ୍ଡରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କୁନି କୁନି ପିଲା ନୃତ୍ୟ ପରିବେଷଣ କରିଥିଲେ। ନିଜକୁ ବିଭିନ୍ନ କୌତୁକ ପୋଷାକରେ ସଜାଇଥିବା କୁନି କୁନି ପିଲାଙ୍କ ନୃତ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏଥିସହିତ ପିଲାମାନଙ୍କ ଜେଜେବାପା ଓ ଜେଜେମା’ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ରଜତ ନନ୍ଦ ଓ ନିର୍ଦେଶିକା ଅଚମନ୍‌ ନନ୍ଦଙ୍କ ସହ ସ୍କୁଲର ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର