ଲୁପ୍ତପ୍ରାୟ ଲୋକକଳା ସନ୍ଧ୍ୟାରେ ବାଦ୍ୟବାଣୀ

ଭୁବନେଶ୍ୱର : ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନର ମିଳିତ ସହଯୋଗରେ ଲୁପ୍ତପ୍ରାୟ ଲୋକକଳାର ୧୭ତମ ସନ୍ଧ୍ୟା ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସନ୍ଧ୍ୟାରେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀଙ୍କ ଦ୍ୱାରା ପାରମ୍ପରିକ ବାଦ୍ୟର ଅପୂର୍ବ ସମାହାରରେ ‘ବାଦ୍ୟବାଣୀ’ ଶୁଣିବାକୁ ମିଳିଥିଲା। ଗୀତ ସହିତ ବାଦ୍ୟ ଜଡ଼ିତ। ବାଦ୍ୟ ବିନା ଗୀତର ସତ୍ତା ନାହିଁ। ଲୋକ ସଙ୍ଗୀତ ହେଉ ଅବା ଶାସ୍ତ୍ରୀୟ ସଙ୍ଗୀତ, ବିନା ବାଦ୍ୟରେ ଏହା ପରିବେଷଣ କରାଯାଇପାରିବ ନାହିଁ। ବାଦ୍ୟବାଣୀ ମାଧ୍ୟମରେ କଳାକାର ଏହା ପ୍ରତିପାଦନ କରିଥିଲେ। ବାଦ୍ୟବାଣୀରେ ଶାସ୍ତ୍ରୀୟ ଓ ପାରମ୍ପରିକ ୧୮ଟି ବାଦ୍ୟ ଶ୍ରୋତା ଶୁଣିଥିଲେ। ବିଦ୍ୟାଭବନର ସହଯୋଗୀ ନିର୍ଦେଶକ ମନ୍ମଥ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁ ରାମହରି ଦାସ, ମେଜର ଜେନେରାଲ ବିକେ ମହାପାତ୍ର ଓ ସୁରେଶ ମନ୍ତ୍ରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର