ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ସଙ୍ଗୀତ ସଂଧ୍ୟା

ଏମ୍‌ ସୀମାଦ୍ରିଙ୍କୁ ‘ବିଦ୍ୟା ଭାରତୀ ସମ୍ମାନ’

ଭୁବନେଶ୍ୱର: ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ବର ହେରିଟେଜ୍‌, ସଙ୍ଗୀତ ସୁଧାକର ସ୍ମୃତି ସଂସଦ ଓ ସୁଷମା ସଙ୍ଗୀତ ସଦନର ମିଳିତ ସହଯୋଗରେ ଜୟଦେବ ଭବନରେ ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ସଙ୍ଗୀତ ସଂଧ୍ୟା’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ‘ଉତ୍କଳ ମଉଡ଼ମଣି…, ବୋଉ ଲୋ କି କହିବି…, ଫୁଲ ରସିଆ ରେ… ଓ ଏହି ଭରା ଜହ୍ନ ରାତି ଭଳି ପୁରୁଣା ଅଭୁଲା ସଙ୍ଗୀତର ଝଙ୍କାର ଶ୍ରୋତାଙ୍କୁ ଆନମନା କରିଥିଲା। ଉତ୍ସବରେ ଏମ୍‌ ସୀମାଦ୍ରିଙ୍କୁ ‘ବିଦ୍ୟା ଭାରତୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହାଛଡ଼ା ରାଜ୍ୟସ୍ତରୀୟ ବାଳକୃଷ୍ଣ ସଙ୍ଗୀତ ପ୍ରତିଯୋଗିତା-୨୦୧୮ର ବରିଷ୍ଠ ବିଭାଗରେ ଶ୍ରେଷ୍ଠ ବିବେଚିତ ଇତିଶ୍ରୀ ଦାସ, କୁଳଦୀପ ତ୍ରିପାଠୀ, ନୀଳାଦ୍ରି ପ୍ରସା‌ଦ ପଣ୍ଡା ଓ ସ୍ନିଗ୍ଧାମୟୀ ସାହୁ ଏବଂ କନିଷ୍ଠ ବିଭାଗରେ ଆକାଂକ୍ଷା ସାହୁ, ସଂସ୍କାର ମହାନ୍ତି ଓ ଅଭିଷେକ ଜେନା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, କରୁଣାକର ପ୍ରଧାନ, ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ବର ହେରିଟେଜ୍‌ର ଅଧ୍ୟକ୍ଷ ବିଷ୍ଣୁମୋହନ ମହାନ୍ତି, ସୁଷମା ସଙ୍ଗୀତ ସଦନର ଅଧ୍ୟକ୍ଷ ଡି. କେ. ରାୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ସଙ୍ଗୀତ ସୁଧାକର ସ୍ମୃତି ସଂସଦର ଅଧ୍ୟକ୍ଷ ସାରଦା ପ୍ରସନ୍ନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲକ୍ଷ୍ମୀକାନ୍ତ ପାଲିତ୍‌ ସଂଗୀତ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର