ଅନାସ୍ଥା‌‌‌ରେ ପଦ ହରାଇଲେ ସରପଞ୍ଚ

ବାଲିପାଟଣା: ଅନାସ୍ଥା ଭୋଟ୍‌‌ରେ ହାରି ପଦ ହରାଇଛନ୍ତି ବାଲିପାଟଣା ବ୍ଲକ୍‌ ଭାପୁର ସରପଞ୍ଚ କମଳା ସାହୁ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତ ଅଫିସ୍‌ ପରିସରରେ ଅନୁଷ୍ଠିତ ଏହି ଭୋଟ୍‌‌‌ରେ ୧୩ଟି ଭୋଟ୍ ଅନାସ୍ଥା ସପକ୍ଷ‌‌ରେ ମିଳିଥିବା ବେଳେ ଗୋଟିଏ ବିପକ୍ଷରେ ମିଳିଥିଲା। ସୂଚନା ଅନୁଯାୟୀ, ମହିଳା ସରପଞ୍ଚ କମଳାଙ୍କ ମନମୁଖୀ କାର୍ଯ୍ୟକଳାପ‌ରେ ୱାର୍ଡ ସଭ୍ୟ/ସଭ୍ୟାମାନେ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ୱର୍ଡ ସଭ୍ୟ/ସଭ୍ୟାଙ୍କ ଅନୁମତି ନ ନେଇ ବିଭିନ୍ନ ପଞ୍ଚାୟତ କାର୍ଯ୍ୟ କରିବା ଓ ସେମାନଙ୍କ ଦ୍ବାରା ଆଗତ ସଂକଳ୍ପ (ରିଜୋଲ୍ୟୁସନ୍‌)କୁ ଖାରଜ କରିଦେବା ନେଇ କମଳାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତେବେ ଏ ସଂପର୍କରେ ୧୨ଜଣ ୱାର୍ଡ ସଭ୍ୟ/ସଭ୍ୟା ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନମ୍ବର-୧୨, ତା ୨/୧/୨୦ରିଖ ଅନୁଯାୟୀ, ଅନାସ୍ଥା ଭୋଟ୍‌ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର