ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ୧୯୮୯ ବ୍ୟାଚ୍‌ର ବନ୍ଧୁ ମିଳନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ୧୯୮୯ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ପଞ୍ଚମ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ମେ’ ଫେୟାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା ଓ ସାହିତ୍ୟର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ବିଭୂତି ଭୂଷଣ ଆଚାର୍ଯ୍ୟ ଏହାକୁ ସଂଯୋଜନା କରିଥିବା ବେଳେ ସୁରେଶ କୁମାର ଦାସ, ସଚ୍ଚିକାନ୍ତ ଜେନା, କାଳୀଚରଣ ଦାଶ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟାପକ ଅନାଦି ବରାଳ, କୁଳମଣି ଓଝା, ହୀରାବତି ପାଣିଗ୍ରାହୀ, ଜ୍ୟୋତ୍ସ୍ନାରାଣୀ ବସ୍ତିଆ, ନର୍ମଦା ପାଣି, ସୁଜାତା କୁମାରୀ ସାହୁଙ୍କ ସମେତ ପ୍ରାୟ ୨୦ଜଣ ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର