ଉତ୍କଳ ବିଶ୍ୱବିଦ୍ୟାଳୟ ମିଲେନିୟମ୍‌ ବ୍ୟାଚ୍‌ର ବନ୍ଧୁ ମିଳନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୯୮-୨୦୦୦ ମିଲେନିୟମ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଗୀତା ରିସୋର୍ଟ, ପଳାଶୁଣିଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୦ଟି ବିଭାଗର ୧୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଡ. ପାରେଶ୍ୱର ସାହୁ, କଳ୍ପତରୁ ବେହେରା, ବିଜୟ ପଣ୍ଡା, ନୀଲ ରାଉତ, ଡ. ଆଲୋକ ବେହେରା ପ୍ରମୁଖ ଛାତ୍ର ଜୀବନର ଅନୁଭୂତି ବଖାଣିଥିଲେ।

ସମ୍ବନ୍ଧିତ ଖବର