ଭୁବନେଶ୍ୱରରେ ବାଂଲାଦେଶୀ ନାଗରିକ ଗିରଫ, ଭାରତୀୟ ପାସ୍‌ପୋର୍ଟ-ଆଧାରକାର୍ଡ ଜବତ

ଭୁବନେଶ୍ୱର: ଏୟାରପୋର୍ଟ ଥାନା ପୁଲିସ ଶନିବାର ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ସହିତ ତା’ ପାଖରୁ ଭାରତୀୟ ପାସ୍‌ପୋର୍ଟ ଓ ଆଧାରକାର୍ଡ ଜବତ କରିଛି। ସନ୍ଦେହ ହେବା ପରେ ବିମାନବନ୍ଦରର ଜଣେ ଅଧିକାରୀଙ୍କ ଠାରୁ ସୂଚନା ପାଇ ପୁଲିସ ବାଂଲାଦେଶର ଚିଟ୍ଟାଗଙ୍ଗ ଜିଲ୍ଲାର ବାଂଶଖାଲି ଥାନା ଅନ୍ତର୍ଗତ ଜଲଦୀ ଗ୍ରାମର ସୁବୋଧ ବରୁଆଙ୍କ ପୁଅ ଆୟନ ସର୍‌ମାନ ଓରଫ ବରୁଆ (୨୯)କୁ ଗିରଫ କରିଛି।

ଆୟାନ ଜାଲ୍‌ ଭାରତୀୟ ପାସ୍‌ପୋର୍ଟ ବ୍ୟବହାର କରି ବ୍ୟାଙ୍ଗକକ୍‌ ଠାରୁ ଭୁବନେଶ୍ୱର ଆସିଥିଲା। ସେହିପରି ଭାରତୀୟ ଆଧାରକାର୍ଡକୁ ପରିଚୟ କରି କୋଲକାତାରେ ରହୁଥିଲା। ସେ ପଶ୍ଚିମବଙ୍ଗର ରାମକୃଷ୍ଣ ପାଲ୍ଲୀ ଠାରେ ଦୀର୍ଘ ୧୦ ରୁ ୧୨ ବର୍ଷ ହେବ ରହିଆସୁଥିଲା। ତା’ ନିକଟରୁ ଜବତ ହୋଇଥିବା ବାଂଲାଦେଶୀ ପାସ୍‌ପୋର୍ଟ ମଧ୍ୟ ଜାଲ ଥିଲା ବୋଲି ପୁଲିସ କହିଛି। ପୁଲିସ ଆୟାନ ଠାରୁ ୨ଟି ଆଧାରକାର୍ଡ, ୨ଟି ମୋବାଇଲ ଫୋନ୍‌, ଗୋଟିଏ କ୍ଲାସ୍‌ମେଟ୍‌ ନୋଟ୍‌ ବୁକ୍‌ ଓ ଏକ ପାସ୍‌ପୋର୍ଟ ଜବତ କରିଛି।

ସମ୍ବନ୍ଧିତ ଖବର