‘ବଣିକ୍‌’ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର: ବଣିକ୍‌ର ସିଆର୍‌ପି ଛକ ପାଖରେ ଥିବା କ୍ୟାମ୍ପସ୍‌ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। କମିସନରେଟ୍‌ ପୁଲିସ୍‌, ରେଡ୍‌କ୍ରସ୍‌, କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ବ୍ଲଡ୍‌ ବ୍ୟାଙ୍କ, ମ୍ୟୁନିସପାଲିଟି ହସ୍‌ପିଟାଲ୍‌ ବ୍ଲଡ୍‌ ବ୍ୟାଙ୍କ୍‌ ଓ କଟକ ସେଣ୍ଟ୍ରାଲ୍‌ ବ୍ଲଡ୍‌ ବ୍ୟାଙ୍କ ସହଯୋଗରେ ଏହି ଶିବିର ଆୟୋଜନ କରାଯାଇଥିଲା। ଶିବିରକୁ ପୁଲିସ କମିସନରେଟ୍‌ ରେଡ୍‌କ୍ରସ୍‌ ସୋସାଇଟିର ଅଧ୍ୟକ୍ଷ ଯୋଗେଶ ବାହାଦୂର ଖୁରାନିଆ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସୁବ୍ରତ କୁମାର ଛାଟୋଇ, ପ୍ରଭାତ କୁମାର ଛାଟୋଇ, ପ୍ରମୋଦ ପାଢ଼ୀ ଓ ଗଣେଶ ଖଟୁଆ ଉପସ୍ଥିତ ଥିଲେ। ଶିବିରକୁ ରେଡ୍‌କ୍ରସ୍‌ର ଏସିପି ତଥା ନୋଡାଲ ଅଫିସର ଲଲିତେନ୍ଦୁ ମହାନ୍ତି ପରିଚାଳନା କରିଥିଲେ। ଏଥିରେ ମୋଟ ୩୦୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର