ଜନ୍ମ ମାଟିରେ ଶେଷକୃତ୍ୟ

ବାରଙ୍ଗ: ଜନ୍ମମାଟି ବାରଙ୍ଗ ବ୍ଲକ୍‌ ମଧୁବନ ଗ୍ରାମରେ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।  ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ସ୍ୱର୍ଗତ ପଣ୍ଡାଙ୍କ ମରଶରୀରକୁ  ଭୁବନେଶ୍ୱରରୁ ଏକ ବିଶାଳ ଶୋଭାଯାତ୍ରାରେ ମଧୁବନଗ୍ରାମସ୍ଥିତ ତାଙ୍କ ପୈତୃକ ଗୃହକୁ  ନିଆଯାଇଥିଲା। ମଧୁବନ ଗାଁ ଓ ବାରଙ୍ଗ ବ୍ଲକ୍‌ର ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ସମାଜସେବୀ ସେଠାରେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ମରଶରୀରକୁ ଶ୍ମଶାନକୁ ନିଆଯାଇଥିଲା। ସବୁବେଳେ ଗାଁକୁ ଭଲ ପାଉଥିବା ସ୍ୱର୍ଗତ ପଣ୍ଡାଙ୍କ ଶରୀର ଶେଷରେ ଗାଁ ଶ୍ମଶାନରେ ପଞ୍ଚମହାଭୂତରେ ଲୀନ ହୋଇ ଯାଇଥିଲା। ଜ୍ୟେଷ୍ଠ ପୁତ୍ର ତଥା ସାଂସଦ ବୈଜୟନ୍ତ ପଣ୍ଡା ମୁଖାଗ୍ନି ଦେଇଥିଲେ। ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପ୍ରେମାନନ୍ଦ ସାହୁ, ପ୍ରତାପ ଚନ୍ଦ୍ର ପାଣି, ସୁରେଶ କୁମାର ମହାନ୍ତ, ଆର୍ତତ୍ରାଣ ବିଶ୍ୱାଳ ଓ ପୂର୍ଣ୍ଣ ଚନ୍ଦ୍ର ବେଉରାଙ୍କ ସମେତ ଶତାଧିକ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। ମଧୁବନ ଗ୍ରାମରେ ଜନ୍ମ ନେଇଥିବା ସ୍ୱର୍ଗତ ପଣ୍ଡା ପିଲାବେଳୁ ଥିଲେ ଉଚ୍ଚଭିଳାଷୀ। ଦାରିଦ୍ର୍ୟତା ସତ୍ତ୍ୱେ ଶିକ୍ଷା ଲାଭ କରି ଜଣେ ବିଶିଷ୍ଟ ବ୍ୟକ୍ତି ହୋଇପାରିଥିଲେ। ସେ ନାବାଳକ ଅବସ୍ଥାରେ ଘର ଛାଡ଼ି କଲିକତା ଚାଲିଯାଇଥିଲେ। ସେଠାରେ ସ୍କୁଲ୍‌ ଶିକ୍ଷା ଶେଷ କରିଥିଲେ।  ପରେ ଇଲା ପଣ୍ଡାଙ୍କ ସହିତ ଉଚ୍ଚ ଶିକ୍ଷା ଲାଭ ଲାଗି ବିଲାତ ଯାଇଥିଲେ। ସେଠାରୁ ଉଭୟ ଇଲା ଓ ବଂଶୀଧର ସଫଳତାର ସହିତ ଶିକ୍ଷା ସମାପ୍ତ କରି କଲିକତା ଫେରିଥିଲେ। କଲିକତାରେ ବୈଦିକ ରୀତିରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା। ବିବାହ ପରେ ବଂଶୀଧର ସପରିବାରେ ଓଡ଼ିଶାକୁ ଆସିଥିଲେ। ଚୌଦ୍ୱାରଠାରେ ଇମ୍ଫା କାରଖାନା ପ୍ରତିଷ୍ଠା କରିଥିଲେ। ଏସବୁ ମଧ୍ୟରେ ସେ ସେ ନିଜ ଗାଁ ମଧୁବନକୁ ଭୁଲି ନଥିଲେ। ମଝିରେ ମଝିରେ ଗାଁକୁ ଆସୁଥିଲେ। ଗାଁ ଲୋକଙ୍କ ଭଲ ଓ ମନ୍ଦ ବୁଝୁଥିଲେ। ବାପା କୁଞ୍ଜବିହାରୀ ପଣ୍ଡାଙ୍କ ନାମରେ କୁଞ୍ଜବିହାରୀ ବାଳିକା ବିଦ୍ୟାଳୟ ଓ ମା’ଚମ୍ପାଦେବୀଙ୍କ ନାମରେ ଚମ୍ପାଦେବୀ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। ଉଚ୍ଚଶିକ୍ଷା ଲାଗି ସ୍ଥାନୀୟ ଅଞ୍ଚଳରେ କଲେଜ୍‌ଟିଏ ନଥିଲା।  ସେ ପଦାସାହି ମୌଜାରେ ବାପାଙ୍କ ନାମରେ କୁଞ୍ଜବିହାରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଗାଁକୁ ଏତେ ପରିମାଣରେ ଭଲ ପାଉଥିବାରୁ ତାଙ୍କ ପରଲୋକରେ ସତେ ଯେପରି ଆଜି ଗାଁ ମାଟି ତାଙ୍କୁ ଝୁରି ହେଉଥିଲା। ଗାଁର ପ୍ରାୟ ସମସ୍ତ ଲୋକ ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ଅଶ୍ରୁଳ ନୟନରେ ଉପସ୍ଥିତ ଥିଲେ।

ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର: ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଗୀତା ସତ୍‌ସଙ୍ଗ ବୈଠକରେ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ପଣ୍ଡାଙ୍କର ସ୍ମୃତିଚାରଣ କରାଯିବା ସହ ସମବେତ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ଓଡ଼ିଶା ବରିଷ୍ଠ ନାଗରିକ ସଂଘର ସଭାପତି କୃପାସିନ୍ଧୁ ସାହୁ, ପୂର୍ବତନ ବନ ବିଭାଗର ମୁଖ୍ୟ ଚୌଧୁରୀ ଗୌରହରି ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଶିଷ୍ଟ ଶିଳ୍ପପତି ଡ. ବଂଶୀଧର ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ସ୍ୱର୍ଗତ ପଣ୍ଡାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ 

ବିଶିଷ୍ଟ ଶିଳ୍ପପତି ଡ. ବଂଶୀଧର ପଣ୍ଡାଙ୍କ ପରଲୋକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ଶିଳ୍ପ ଜଗତ ଜଣେ ମୁରବିଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ସ୍ୱର୍ଗତ ପଣ୍ଡାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର