‘ନୃତ୍ୟାଞ୍ଜଳି’ର ବସନ୍ତ ଉତ୍ସବ

ଭୁବନେଶ୍ବର: ‘ନୃ୍ତ୍ୟାଞ୍ଜଳି’ ଅନୁୁଷ୍ଠାନ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ‘ବସନ୍ତ ଉତ୍ସବ’ ଆଜି ଭଞ୍ଜକଳା ମଣ୍ଡପ ପରିସରରେ ଆୟୋଜିତ ହୋଇଛି। ଏହି ଅବସରରେ ଦେଶର ବିଭିନ୍ନ ସହରରୁ ନୃତ୍ୟଶିଳ୍ପୀମାନେ ଯୋଗଦେଇ ଓଡ଼ିଶୀ, ଭାରତନାଟ୍ୟମ ଓ କୁଚିପୁଡ଼ି ଭଳି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବରସ୍ଥିତ ବ୍ଲୁ ଲାଇଟ୍‌ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଓଡ଼ିଶୀ ନୃତ୍ୟ, ପ୍ରୀତିକା କଲାରା ଗାନ୍ଧୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, କୋଲକାତାସ୍ଥିତ ଉଡୋକ୍‌ ପର୍‌ଫର୍ମିଂ ଆର୍ଟସ୍‌ ପକ୍ଷରୁ ଭାରତନାଟ୍ୟମ, ଭୁବନେଶ୍ବର ଉତ୍କଳ କଳାପୀଠର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ଏବଂ ‌କୋଲକାତାର ହମ୍‌ସାବାହିନୀ କଳାଳୟମ୍‌ ପକ୍ଷରୁ କୁଚିପୁଡ଼ି ଏବଂ ଭାରତନାଟ୍ୟମ ନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ପ୍ରଶାସକ ରାଜେଶ ପ୍ରଭାକର ପାଟିଲ, ଓଡ଼ିଶୀ ଗୁରୁ ମୁକ୍ତିଲତା ପାଲ୍‌ ଏବଂ ଲେଖକ ରଜନୀ ରଞ୍ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋ‌ଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର