ବାଟମହାବୀର ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର : ୟୁନିଟ-୨ ଲେନ୍‌-୮ ଅଞ୍ଚଳରେ ବାଟମହାବୀର ପ୍ରତିମୂର୍ତ୍ତି ଉଦ୍‌ଘାଟନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେୟର ଅନନ୍ତନାରାୟଣ ଜେନା ଓ ସମ୍ମାନିତ ଅତିଥି ଭାବେ କର୍ପୋରେଟର୍‌ ରାମଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରତିଷ୍ଠା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପାଲାଗାୟକ ରବୀନ୍ଦ୍ର କୁମାର ବୈରିଶଲ୍ୟ ରାମାୟଣ ଉପରେ ପାଲା ପରିବେଷଣ କରିଥିଲେ। ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସୁକାନ୍ତ ପରିଜା, ଭି. ସାଇବାବୁ, କମଳ ସାହୁ, ଭୁବନେଶ୍ୱର ପାଢ଼ୀ, ମାନସ ରଂଜନ ମଲ୍ଲ ଓ ଅଭୟ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ, ୧୦୦ ବର୍ଷରୁ ଊର୍ଧର୍୍ୱ ହେବ ଏକ ଚାକୁଣ୍ଡା ଗଛ ମୂଳରେ ଅଶୋକଚକ୍ର ଦୁଇଟିକୁ ପଇଡ଼ ବିକାଳି ରମେଶ ଚନ୍ଦ୍ର ସାମନ୍ତରାୟ ଓ ପାନ ଦୋକାନୀ ଅକ୍ଷୟ ବେହେରା ଦେଖିଥିଲେ। ସେମାନେ ହନୁମାନ ସାଧକ ହୋଇଥିବାରୁ ରାତିରେ ସେମାନଙ୍କୁ ସ୍ୱପ୍ନାଦେଶ ହୋଇଥିବା ଦାବି କରିଥିଲେ। ତେଣୁ ସେମାନେ ସେହି ଗଛ ମୂଳରେ ଏକ ବାଟ ମହାବୀର ମନ୍ଦିର ନିର୍ମାଣ କରି ହନୁମାନ ବିଗ୍ରହ ପ୍ରତିଷ୍ଠା କରିବା ପାଇଁ ଶପଥ ନେଇଥିଲେ। ଘଟଣା ବିଷୟରେ ଜାଣିବା ପରେ ସେଠାରେ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ଥାନୀୟଲୋକମାନେ ଅଣ୍ଟା ଭିଡ଼ିଥିଲେ।

ସମ୍ବନ୍ଧିତ ଖବର