ବନ୍ଦ କରି ଦେଲେ ବିଡିଏ ସିଟି ସେଣ୍ଟର

ପାର୍କ ଖୋଲିବାକୁ ବିଡିଏ ତତ୍ପରତା ଦେଖାଉନି, ବିପର୍ଯ୍ୟୟ ମୁହଁରେ ରାଜ୍ୟର ଏକମାତ୍ର ଥିମ୍‌ ପାର୍କ, ଏବେ କହିଲେଣି ମନୋରଂଜନ ପାର୍କ ଭଳି କରିବୁ

ଭୁବନେଶ୍ବର : ରାଜ୍ୟର ଏକମାତ୍ର ଥିମ୍ ପାର୍କ ‘ବିଡିଏ ସିଟି ସେଣ୍ଟର’କୁ ଶନିଦଶା ଘାରିଛି। ବାତ୍ୟା ଫନିରେ ଧ୍ବଂସବିଧ୍ବଂସ ହୋଇପଡ଼ିଥିବା ଏହି ପାର୍କ କେବେ ଖୋଲିବ, ତାହା କେହି କହିପାରୁନାହାନ୍ତି। ବିଡିଏ କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ସୂଚାଇ ଦେଉଛି େଯ ଏହି ପାର୍କ ନିକଟ ଭବିଷ୍ୟତରେ ଖୋଲିବାର ସମ୍ଭାବନା କ୍ଷୀଣ।

ବାତ୍ୟା ଫନିରେ ରାଜଧାନୀର ସମସ୍ତ ପାର୍କର ସବୁଜିମା ଉଜୁଡ଼ି ଯାଇଥିଲା। ଇତିମଧ୍ୟରେ ବିଡିଏ ଓ ବିଏମ୍‌ସି ଅଧିକାଂଶ ପାର୍କର ପୁନରୁଦ୍ଧାର କରିଛନ୍ତି। ହେଲେ ବିଡିଏ ସିଟି ସେଣ୍ଟର ବାତ୍ୟା ପରଠାରୁ ଉଜୁଡ଼ି ଯିବା ପରେ ଏହାକୁ ଖୋଲିବା ନେଇ ନା କର୍ତ୍ତୃପକ୍ଷ ଆଗ୍ରହ ଦେଖାଉଛନ୍ତି ନା ଘରୋଇ ସଂସ୍ଥା ସନ୍‌ଟେକ୍ ସିଟି ପ୍ରାଇଭେଟ୍‌ ଲିମିଟେଡ୍ ତତ୍ପରତା ପ୍ରକାଶ କରୁଛି। ରାଜଧାନୀବାସୀ ସନ୍ଦେହ କରୁଛନ୍ତି, ଏହି ଥିମ୍‌ ପାର୍କ ଅନ୍ୟ କିଛି ପ୍ରକଳ୍ପ ପରି ସବୁଦିନ ପାଇଁ ହଜିଯିବ ନାହିଁ ତ?

ବିଡିଏ ସିଟି ସେଣ୍ଟର ପାର୍କ ଗତ କିଛି ବର୍ଷ ହେଲା ଚମକ ହରାଇଥିଲା। କିଛି ନୂତନତ୍ବ ଏଥିରେ ଦେଖିବାକୁ ମିଳୁନଥିଲା। ଏହାକୁ ବିଡିଏ ନିଜ ନିୟନ୍ତ୍ରଣକୁ ନେବାକୁ ୨୦୧୫ରୁ ଉଦ୍ୟମ ଆରମ୍ଭ କରିଥିଲା। ମିଳିତ ଉେଦ୍ୟାଗରେ ଥିବା ଏହା ପାର୍କର ୫୧% ଅଂଶଧନ ସନ୍‌ଟେକ୍ ସିଟି ପ୍ରାଇଭେଟ୍‌ ଲିମି‌ଟେଡ୍‌ର ଥିବା ବେଳେ ବିଡିଏର ୪୯% ଅଂଶଧନ ରହିଛି। ତେଣୁ ବିଡିଏ ଏହାକୁ ଦଖଲ କରିବା ସହଜ ନଥିଲା। ଏପରିକି ଦେଢ଼ବର୍ଷ ତଳେ ସିଟି ସେଣ୍ଟରର ଉନ୍ନତୀକରଣ ପାଇଁ ବିଡିଏ ଯୋଜନା କରିଥିଲେ ହେଁ ସଂପୂର୍ଣ୍ଣ ପାର୍କ ହସ୍ତାନ୍ତର ହୋଇନଥିବାରୁ ବିଡିଏ କିଛି ବି କାର୍ଯ୍ୟ କରିପାରିନଥିଲା।

ଏବେ କିନ୍ତୁ ସନ୍‌ଟେକ୍‌ ସଂପୂର୍ଣ୍ଣ ପାର୍କ ବିଡିଏକୁ ହସ୍ତାନ୍ତର କରିବାକୁ ଚାହୁଁଛି। ହେଲେ ବିଡିଏ ଏହାକୁ ଅଧିଗ୍ରହଣ କରିବା ନେଇ ଦିନ ଗଡ଼ାଇ ଚାଲିଛି। ଫଳରେ ପାର୍କଟି ଅଢ଼େଇ ମାସ ହେଲା ବନ୍ଦ ହୋଇପଡ଼ିଛି। ପ୍ରତିଦିନ ଶହଶହ ଲୋକ ଏଠାକୁ ଆ‌ସୁଥିଲେ ହେଁ ପାର୍କ ଖୋଲୁନଥିବାରୁ ଫେରି ଯାଉଛନ୍ତି।

ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଆମେ ଏବେ ବିଡିଏ ‌ସିଟି ସେଣ୍ଟରକୁ ସଂପୂର୍ଣ୍ଣ ଭାବେ ଆମ ଅଧୀନକୁ ଆଣିନୁ। ଏହି ଥିମ୍‌ ପାର୍କର ଉନ୍ନତୀକରଣ ନେଇ ଖୁବ୍‌ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ସେଥିରେ କିପରି ଏହାର ଉନ୍ନତୀକରଣ ହେବ, ପିପିପି ମୋଡରେ ହେବ କି ଆମେ ସଂପୂର୍ଣ୍ଣ ଭାବେ ଏହାକୁ ଅଧିଗ୍ରହଣ କରିବୁ ସେ‌ନେଇ ନିଷ୍ପତ୍ତି ହେବ।

ବିଡିଏ କି ଘରୋଇ ସଂସ୍ଥା ସନ୍‌ଟେକ୍ ଏନେଇ ନିରବ ରହିଥିବା ବେଳେ ଏଠାରେ କାମ କରୁଥିବା ୧୫୦ଜଣ ନିୟମିତ ଓ ଠିକା କର୍ମଚାରୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି। ବାତ୍ୟାରେ ଭାଙ୍ଗି ଯାଇଥିବା ପାର୍କକୁ ସଜାଡ଼ିବାକୁ ଦିନରାତି ଏକ କରି କାମ କଲେ। ହେଲେ ପାର୍କ ପୂର୍ବଅବସ୍ଥାକୁ ଫେରିବା ପରେ ଘରୋଇ ସଂସ୍ଥାର ଧରାଛୁଆଁ ନାହିଁ। ଦୁଇ ମାସ ହେଲା ଦରମା ପାଇନଥିବା କର୍ମଚାରୀମାନେ ବିଡିଏ ନିକଟରେ ଏନେଇ ଅଭିଯୋଗ କଲେ ବି କିଛି ଫରକ ପଡ଼ୁନି। ଆଉ ଘରୋଇ ସଂସ୍ଥା ପାର୍କକୁ ବନ୍ଦ କରି ପଳାଇଥିବାରୁ କର୍ମଚାରୀମାନେ କ’ଣ କରିବେ ଜାଣିପାରୁନାହାନ୍ତି।

ଅନ୍ୟପକ୍ଷରେ ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ପାର୍କକୁ ପିପିପି ମୋଡରେ ଏକ ଆମ୍ୟୁଜମେଣ୍ଟ ପାର୍କରେ ପରିଣତ କରିବାକୁ ଯୋଜନା ହୋଇଛି। ଏଥିପାଇଁ ପ୍ରାୟ ୧୦୦କୋଟି ଖର୍ଚ୍ଚ ହେବ। ଏହି ପାର୍କଟି ବନ୍ଦ ହେବା ପୂର୍ବରୁ ଲୋକଙ୍କୁ ବିଶେଷ ସୁବିଧା ସୁଯୋଗ ମିଳୁନଥିଲା। ତେଣୁ ଏନେଇ ବିଡିଏ ଓ ସ୍ମାର୍ଟ ସିଟି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ନିକୋ ପାର୍କ ଛକରୁ ମହର୍ଷି କଲେଜ ପର୍ଯ୍ୟନ୍ତ ଅଞ୍ଚଳକୁ ଲେକ୍‌ ଜୋନ୍ ଘୋଷଣା କରାଯାଇଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏବଂ ଏକ ଘରୋଇ ସଂସ୍ଥା ମାଧ୍ୟମରେ ପାର୍କ ଏବଂ ଏହି ଲେକ୍‌ ଜୋନ୍ ଅଞ୍ଚଳର ଉନ୍ନତୀକରଣ ହେବ। ବମ୍ବେ, ପୁଣେ, ଅହମ୍ମଦାବାଦରେ ଥିବା ଆମ୍ୟୁଜମେଣ୍ଟ ପାର୍କ ବା ମନୋରଂଜନ ପାର୍କ ଭଳି ଏହାକୁ ନିର୍ମାଣ କରାଯିବ। ଏଠାରେ ଥିବା ହ୍ରଦର ପାଣିକୁ ବିଶୋଧନ କରିବା ସହ ବୋଟି˚, ଫାଉଣ୍ଟେନ୍‌, ଜଳ କ୍ରୀଡ଼ା କରାଯିବ। ଏହାବ୍ୟତୀତ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁବର୍ଗରବ୍ୟକ୍ତିଙ୍କ ମନୋର˚ଜନ ପାଇଁ ଏଠାରେ ବିଭିନ୍ନ ସାମଗ୍ରୀ ରହିବ। ଏଥିପାଇଁ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଘରୋଇ ସ˚ସ୍ଥା ୫୦%, ବିଡିଏ ୫୦% ଅ˚ଶଧନ ଲଗାଇ‌େବ। ଲାଭ ମଧୢ ସେହି ଅନୁସାରେ ଭାଗ ହେବ। ତେଣୁଏନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବୈଠକ ବସି ନିଷ୍ପତ୍ତି ହେବାର ଯୋଜନା ଅଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନର ବିଡିଏ ସିଟି ସେଣ୍ଟର ପାର୍କ ପ୍ରଥମରୁ ନିକୋପାର୍କ ନାମରେ ପରିଚିତ ଥିଲା। ଡିସେମ୍ବର ୧୨, ୧୯୯୮ରେ ଏହି ପାର୍କ ଉଦ୍‌ଘାଟନ ହୋଇଥିଲା। ବିଡିଏ ଏବଂ ନିକୋ ଗ୍ରୁପ୍ ମଧ୍ୟରେ ପିପିପି ମୋଡରେ ଏହି ପାର୍କ ନିର୍ମାଣ ହୋଇଥିଲା। ୧୯୯୯ ମହାବାତ୍ୟାରେ ଏହାର କିଛି କ୍ଷୟକ୍ଷତି ହୋଇଥିଲା। କିନ୍ତୁ ଘରୋଇ ସଂସ୍ଥା ଏହାର ପୁନରୁଦ୍ଧାର କରି ପୁଣି ଚଳାଇଥିଲା। ଏହାପରେ ୨୦୦୭ରେ ନିକୋ ଓହରିଯିବାରୁ ବିଡିଏ ଓ ସନ୍‌ଟେକ୍ ସିଟି ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଉଦ୍ୟୋଗରେ ଏହାକୁ ପରିଚାଳନା କରାଯାଇଥିଲା। କିନ୍ତୁ ଏବେ ବାତ୍ୟା ଫନି ମାଡ଼ ପରେ ନା ବିଡିଏ ନା ଘରୋଇ ସଂସ୍ଥା ଏହାର ପୁନରୁଦ୍ଧାର କରୁଛନ୍ତି।

ସମ୍ବନ୍ଧିତ ଖବର