ବ୍ୟାଖ୍ୟାନ କେନ୍ଦ୍ରରେ ଗଡ଼ୁଛି ମଦ ବୋତଲ

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ସମ୍ମୁଖରେ ତିନି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ବ୍ୟାଖ୍ୟାନ କେନ୍ଦ୍ର ଏବେ ଭୂତ କୋଠିରେ ପରିଣତ ହୋଇଛି। ଅଧାପନ୍ତରିଆ ଭାବେ ପଡ଼ିଥିବା ଏହି ଘରଗୁଡ଼ିକରେ ଏବେ ମଦ୍ୟପଙ୍କ ଆଡ଼ା ଜମୁଛି। ରାତିରେ ଭିକ୍ଷୁକମାନେ ଏହାକୁ ଶୋଇବା ପାଇଁ ବ୍ୟବହାର କରୁଛନ୍ତି। ଘରେ ଅଳିଆ ଆବର୍ଜନା ଜମା ହୋଇଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ପରିସ୍ରାଗାର ପାଲଟିଛି। ଏହି କେନ୍ଦ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶ, ପର୍ବପର୍ବାଣୀ ଓ ଯାନିଯାତ୍ରା ସଂପର୍କରେ ତଥ୍ୟ ପ୍ରଦର୍ଶନ କରାଯିବାର ଲକ୍ଷ୍ୟ ଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୮ଲକ୍ଷ ୬୭ହଜାର ଟଙ୍କା ବ୍ୟୟରେ ୨୦୧୫ ଜୁନ୍ ୨୮ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୬ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପ୍ରକଳ୍ପ ନର୍ମାଣ ସମୟରେ ଜମି ଅଧିଗ୍ରହଣ ଓ ଦୋକାନ ଗୃହ ସ୍ଥାନାନ୍ତର ଲାଗି ସମସ୍ୟା ଉପୁଜିଥିଲା। ଏ ସମ୍ପର୍କରେ ଓଟିଡିସି କନିଷ୍ଠ ଯନ୍ତ୍ରୀ କୁହନ୍ତି, ଏବେ ସେଠାରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର