ଭକ୍ତିରସରେ ଭିଜେଇଲେ ଭଜନ ସମ୍ରାଟ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ୨୪ଘଣ୍ଟିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଭୋର ୪ଘଟିକାରୁ କ୍ରମ ଅନୁଯାୟୀ ଶଙ୍ଖଧ୍ୱନି, ବେଦ ପାଠ, ଶିବ ସହସ୍ରନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମଚରିତ ମାନସ ପରାୟଣ ଓ ପ୍ରବଚନ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ମୁମ୍ବାଇର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଓ ଭଜନ ସମ୍ରାଟ ଅନୁପ ଜଲୋଟା ଭଜନ ପରିବେଷଣ କରି ଶିବଭକ୍ତଙ୍କ ଭକ୍ତିରସରେ ଭିଜାଇଥିଲେ। ସେହିପରି ସଂଗୀତ ନିର୍ଦେଶକ ମନ୍ମଥ କୁମାର ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର କଣ୍ଠଶିଳ୍ପୀ କୁମାର ବାପି, ସୁଧାକର ମିଶ୍ର, ପ୍ରଫୁଲ୍ଲ ବେହେରା, ଶୈଳଭାମା ମହାପାତ୍ର, ଅସୀମା ପଣ୍ଡା, କ୍ରିଷ୍ଣା ମିଶ୍ର, ଦିବ୍ୟା ଦାଶ, ପିନାକୀ ନାୟକ, ଗୀତା ଦାଶ, ଶାନ୍ତିଲତା ଛୋଟରାୟ, ଟି ସୌରୀ, ବିଶ୍ୱଜିତ ଦାଶ, ଅମରେଶ ମିଶ୍ର ପ୍ରମୁଖ ୨୫ରୁ ଊର୍ଧ୍ୱ ଖ୍ୟାତାନାମା କଳାକାର ଭଜନ ପରିବେଷଣ କରିଥିଲେ।

ଏଥିରେ ପ୍ରଥମ ପର୍ଯ୍ୟାୟରେ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ଅମିୟ ଦାଶ, ସମୀର ମହାନ୍ତି ଓ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଦିତ୍ୟ ନାରାୟଣ, ଅନୁପ ଜଲୋଟା, ଅଚ୍ୟୁତ ସାମନ୍ତ, ପୁଲିସ କମିସନର ଓ୍ଵାଇ ବି ଖୁରାନିଆ, ଶରତ ମଲିଆ, ହ୍ୟୁମାନ ସାଗର, ଚନ୍ଦନ ସେନାପତି, ଦୀପକ କୁମାର ମହାନ୍ତି, ରବି ସ୍ୱାଇଁ, ପ୍ରଦୀପ ସେବା ଟ୍ରଷ୍ଟ ଆଦି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏକାମ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର