ଭକ୍ତମଧୁ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ

ଭୁବନେଶ୍ବର: ଭକ୍ତମଧୁ ନଗରସ୍ଥିତ ଭକ୍ତମଧୁ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ ଭଂଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ମୁଖ୍ୟ ଶାସନସଚିବ ସହଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପୂର୍ବତନ ସ୍ବାସ୍ଥ୍ୟ ନିର୍ଦେଶିକା ଡାକ୍ତର ସେବା ମହାପାତ୍ର, ଭାରତୀୟ ଶିକ୍ଷା ପରିଷଦର ହରିହର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭକ୍ତକବି ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପଦେଶ ଦେଇଥିଲେ। ଅତିଥିଙ୍କ ଦ୍ବାରା ରଜତ ଜୟନ୍ତୀ ସଂସ୍କରଣ ‘ମଧୁରିମା’ ଲୋକାର୍ପିତ ହୋଇଥିଲା। ଓଏଏସ୍‌ ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଏହି ଶିକ୍ଷାନୁଷ୍ଠାନର ଛାତ୍ରୀ ପୁନମ ମହାପାତ୍ରଙ୍କୁ ଶିକ୍ଷାନୁଷ୍ଠାନର ଗୌରବ ଭାବେ ସମ୍ମାନିତ କରାଯାଇଥିଲା। ବିଚିତ୍ରାନନ୍ଦ ସ୍ବାଇଁ ସଭାରେ ଅଧ୍ୟକ୍ଷତା କରିଥିଲେ। ମନୋରଂଜନ ମହାନ୍ତି ଅତିଥି ପରିଚୟ ଏବଂ ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେ‌ଷରେ ରବୀନ୍ଦ୍ର କୁମାର ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷାକେନ୍ଦ୍ରର ଆଚାର୍ଯ୍ୟ ମମତାମୟୀ ପଣ୍ଡା, ନିରୁପମା ସାମଲ ଓ ଶାନ୍ତିଲତା ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର