ଭୁବନେଶ୍ୱର: ବିମାନ ବନ୍ଦରର ୨୦ କିଲୋମିଟର ପରିସର ଭିତରେ ଆକାଶଦୀପ ଓ ରକେଟ ନଫୁଟାଇବାକୁ ଅପିଲ୍‌

ଭୁବନେଶ୍ୱର: ଦୀପାବଳିରେ ବାଣଫୁଟାକୁ ନେଇ ସତର୍କତାମୂଳକ ବିଜ୍ଞପ୍ତି ଜାରି କରିଛନ୍ତି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ। ବିମାନବନ୍ଦର ସହର ମଧ୍ୟରେ ଅବସ୍ଥିତ ଥିବାରୁ ଦୀପାବଳିରେ ବାଣଫୁଟା ସମୟରେ ସହରବାସୀ ଉଚ୍ଚତାକୁ ଉଠୁଥିବା ଆକାଶଦୀପ ଓ ରକେଟ ଆଦି ବାଣ ଫୁଟାଇବାରୁ ବିରତ ରହିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ ଅନୁରୋଧ କରିଛନ୍ତି। ବିଜ୍ଞପ୍ତି ଅନୁସାରେ ବିମାନ ବନ୍ଦରର ୨୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ସଂଯମତା ଅବଲମ୍ବନ କରାଯିବାକୁ କୁହାଯାଇଛି। ଆକାଶଦୀପ ଓ ରକେଟ ଆଦି ବାଣ ବିମାନକୁ କ୍ଷତି ପହଞ୍ଚିବାର ଆଶଙ୍କା ଥିବାରୁ ଏପରି ସତର୍କତାମୂଳକ ବିଜ୍ଞପ୍ତି ଜାରି କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର