ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ: ବୀରେନ୍ଦ୍ର ସଭାପତି, ବିଶ୍ବ ସମ୍ପାଦକ

ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୀରେନ୍ଦ୍ର କୁମାର ପଟ୍ଟନାୟକ ସଭାପତି ଓ ବିଶ୍ବନାରାୟଣ ମହାନ୍ତି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ବିପିନ ବଳିଆରସିଂ ଯୁଗ୍ମ ସମ୍ପାଦକ, ଅମୂଲ୍ୟା ମହାନ୍ତି ସହସମ୍ପାଦକ ଓ ସଞ୍ଜୀବ ଦାସ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ଶୀଳଭଦ୍ର ଶାସ୍ତ୍ରୀ, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ୮ଜଣ ଓ ସଭ୍ୟା ୨ଜଣ ନିର୍ଦ୍ୱନ୍ଦ୍ବ‌ରେ ପୂର୍ବରୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଶାସ୍ତ୍ରୀଙ୍କ ବିରୋଧରେ କୌଣସି ନାମାଙ୍କନପତ୍ର ଦାଖଲ ହୋଇନଥିବାରୁ ସେ ବିନା ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍‌ଣ ସାଢ଼େ୨ଟା ପର୍ଯ୍ୟନ୍ତ ଭୋଟଦାନ ହୋଇଥିଲା। ସମୁଦାୟ ୧୮୩୧ଜଣ ଆଇନଜୀବୀ ଭୋଟ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର