ହାଇକୋର୍ଟ ବାର୍‌ ଆସୋସିଏସନ ଡାକିଥିବା ମିଳିତ ବୈଠକ ପାଇଁ ଆଜି ଭୁବନେଶ୍ୱର ବାର୍‌ ବନ୍ଦ

ଭୁବନେଶ୍ୱର : ହାଇକୋର୍ଟ ବାର୍‌ ଆସୋସିଏସନ ଡାକିଥିବା ମିଳିତ ବୈଠକ ପାଇଁ ଆସନ୍ତାକାଲି ଅର୍ଥାତ୍‌ ୧୮ ତାରିଖ ଦିନ ଭୁବନେଶ୍ବର ବାର୍‌ ବନ୍ଦ ରହିବ। ଓକିଲମାନେ କାମ କରିବେ ନାହିଁ। ଏଥିପାଇଁ ଜିଲ୍ଲା ଜଜ୍‌ଙ୍କୁ ଗୋଟିଏ ଦିନର ଆକୋମୋଡେସନ ମଗା ଯାଇଛି ବୋଲି କହିଛନ୍ତି ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ବିଶ୍ବନାରାୟଣ ମହାନ୍ତି। ତା’ ସହ ଓକିଲମାନଙ୍କ ଅନୁପସ୍ଥିତିରେ କୌଣସି ମାମଲାର ଶୁଣାଣି କଲା ବେ‌ଳେ ଆଡ୍‌ଭର୍ସ ଆଦେଶ ନ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି। ଓକିଲ ସଂଘର ଆଜି ବସିଥିବା ଏକ୍‌ଜିକ୍ୟୁଟିଭ୍‌ ବଡି ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ଫୁଲ୍‌ବେଞ୍ଚ ପକ୍ଷରୁ ମିଳିଥିବା ନୋଟିସ୍‌ ବାବଦରେ ଆଲୋଚନା ପାଇଁ ଆସନ୍ତାକାଲି ହାଇକୋର୍ଟ ବାର୍‌ ସମ୍ମେଳନ କକ୍ଷରେ ଏହି ମିଳିତ ବୈଠକ ବସୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର