ଏଥର ନିରାଡ଼ମ୍ବର ହେବ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ଲାଗିଥିବା ଆଦର୍ଶ ଆଚରଣ ବିଧି ଯୋଗୁଁ ଚଳିତବର୍ଷ ନିରାଡମ୍ବର ଭାବେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ନିଷ୍ପତ୍ତି ହୋଇଛି। ପ୍ରତିବର୍ଷ ଯେଉଁଭଳି ଜାକଜକମରେ ପ୍ରତିଷ୍ଠା ଦିବସ ପାଳନ ହେଉଥିଲା ଏଥର ସେହିପରି ନକରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କଟକଣା ଲଗାଇଛନ୍ତି।

ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ପଚାରିବାରୁ ସେ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ଏଥର ରାଜଧାନୀ ପ୍ରତିଷ୍ଠା ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ କାଣ୍ଟଛାଟ କରିଛନ୍ତି। ଏଥର କେବଳ ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ସ୍ମାରକୀରେ ପୁଷ୍ପମାଲ୍ୟ ଦେବାକୁ ଏବଂ ଜୟଦେବ ଭବନରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇଛି।

ତେଣୁ ଚଳିତବର୍ଷ ରାଜଧାନୀ ଗୌରବ, ରାଜଧାନୀ ଶ୍ରୀ ପୁରସ୍କାର ଦିଆଯିବନି। ପରେଡ୍‌ ହେବନି କି କୌଣସି ସାଧାରଣ ସଭା ଓ ଭାଷଣବାଜି ହେବନି। ଏପରିକି ଆଇଜି ପାର୍କ ନିକଟରେ ହେଉଥିବା ତିନିଦିନିଆ ରାଜଧାନୀ ମହୋତ୍ସବକୁ ବନ୍ଦ କରାଯାଇଛି। ୭୧ତମ ରାଜଧାନୀ ପ୍ରତିଷ୍ଠା ଦିବସକୁ ଆମେ ନିରାଡ଼ମ୍ବର ସହ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ। ଅପରପକ୍ଷେ ଗତ ସାଧାରଣ ନିର୍ବାଚନ ସମୟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହୋଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା। ଏପରିକି ତତ୍କାଳୀନ ରାଜ୍ୟପାଳ ଏସ୍‌.ସି ଜମିର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର