ମୋବାଇଲ୍‌ ଆପ୍‌ରେ ଉପଲବ୍ଧ ହେବ ଭୁବନେଶ୍ବର ପାର୍କ

ଭୁବ‌ନେଶ୍ବର: ଭୁବନେଶ୍ବରରେ ଥିବା ପାର୍କ ଓ ସାଧାରଣ ଖୋଲା ସ୍ଥାନରେ ବୁଲିବା ପାଇଁ ଆଉ ଖୋଜାଖୋଜି କରିବାକୁ ପଡ଼ିବ ନାହିଁ। ସହରବାସୀ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ମୋବାଇଲ୍‌ ଆପ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରସ୍ତୁତି ପଥରେ ଥିବା ଏହି ଆପ୍‌/ଡିଜିଟାଲ ପ୍ଲାଟଫର୍ମ‌ରେ ଜଣେ ଅତିଥି/ସହରବାସୀ ପାର୍କର ଅବସ୍ଥିତି ବିଷୟରେ ସୂଚନା ପାଇବା ସହ ସବୁଜବଳୟରେ ଥିବା ଖୋଲା ସ୍ଥାନର ମୌଳିକ ସୁବିଧା ବିଷୟରେ ଜାଣିପାରିବେ। ଏହି ଅଭିନବ ପରିକଳ୍ପନାକୁ ବାସ୍ତବତାର ରୂପ ଦେବା ପାଇଁ ଏକ ଟିମ୍‌ ଦିନରାତି କାମ କରୁଛନ୍ତି। ଭୁବନେଶ୍ବରରେ ରହିବା ସମୟରେ ସହରର ମୁଖ୍ୟ ପାର୍କ, ଖୋଲା ସ୍ଥାନ ଆଦିକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି। ଏହି ପ୍ରଥମ ପରୀକ୍ଷାମୂଳକ ପଦକ୍ଷେପ ସ୍ମାର୍ଟ ସିଟି ମିସନ୍‌ ପକ୍ଷରୁ ବାସ୍ତବ ରୂପ ଦିଆଯାଉଛି। ପ୍ରସ୍ତାବିତ ଆପ୍‌ରେ ଜଣେ ବ୍ୟବହାରକାରୀ ପାର୍କ, ବଜାର, ଐତିହ୍ୟ କ୍ଷେତ୍ର ଓ ପାଖରେ ଥିବା ଜଳାଶ୍ରୟ, ଜଳାଧାର, ପରିବହନ ପାଇଁ ବ୍ୟବହୃତ ସ୍ଥାନ ଓ ରାସ୍ତାଗୁଡ଼ିକ ସମ୍ପର୍କରେ ତଥ୍ୟ ଦେବା ସହ ନିଜ ଆଡ଼ୁ ସେହି ସ୍ଥାନ ସମ୍ପର୍କରେ ମତାମତ ଦେଇପାରିବାର ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର