ଭୁବନେଶ୍ବର : ଭୁବ‌େନଶ୍ବର ରେଳ ଷ୍ଟେସନ ଦେଇ ଏବେ ପ୍ରାୟ ୭୦ ଯୋଡ଼ା ଟ୍ରେନ୍ ଚାଲୁଥିବା ବେଳେ ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ୨୦୧୪ରୁ ଯୋଜନା କରିଥିଲେ। କିନ୍ତୁ ସ୍ମାର୍ଟସିଟି ଯୋଜନାରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳର ଉନ୍ନତୀକରଣ ହେବାକୁ ଥିବାରୁ ଏହାର ଡିଜାଇନ୍ ପ୍ରସ୍ତୁତ କରିବାକୁ ସିଙ୍ଗାପୁରର ସୁବର୍ଣ୍ଣ ଜୁରୋଙ୍ଗ ସଂସ୍ଥାକୁ ନିୟୋଜିତ କରାଯାଇଥିଲା। ସୁ‌ବର୍ଣ୍ଣ ଜୁରୋଙ୍ଗ ସଂସ୍ଥାର ଡିଜାଇନ୍ ଅନୁଯାୟୀ ଏବେ ଭୁବନେଶ୍ବର ରେଳ ଷ୍ଟେସନ ମଲ୍ଟିମୋଡାଲ୍ ହବ୍ ବାସ୍ତବ ରୂପ ନେବାକୁ ଯାଉଛି।

Advertisment

publive-image

ଏହି ଯୋଜନାରେ ନୂଆ ଟର୍ମିନାଲ ବିଲଡି˚, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର‌୍‌ ପାର୍କି˚ ଏବ˚ ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌ ହେବ। ଏବେ ପୁରୁଣା ଯାତ୍ରୀ ସ˚ରକ୍ଷଣ ଟିକେଟ କେନ୍ଦ୍ର ବିଡିଏ ଦ୍ବାରା ନିର୍ମିତ ହୋଇଥିବା କୋଠାକୁ ସ୍ଥାନାନ୍ତର ହୋଇଯାଇଥିବାରୁ ଏହାକୁ ଭଙ୍ଗାଯିବ। ୨ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନୂଆ ଷ୍ଟେସନ ଅଞ୍ଚଳ ଉନ୍ନତୀକରଣ ହେବ। ଏଥିରେ ପ୍ଲାଟଫର୍ମ ୧ରୁ ୬କୁ ସ˚ଯୋଗ କରି ଏକ କନକୋର୍ସ ନିର୍ମାଣ କରାଯିବ। ଏହା ମାଷ୍ଟରକ୍ୟାଣ୍ଟିନ୍ ପାର୍ଶ୍ବରୁ ପୁରୁଣା ଷ୍ଟେସନ୍ ବଜାର ଅଞ୍ଚଳକୁ ସଂଯୋଗ କରିବ। ଏହାକୁ ବିଡିଏ ନିର୍ମାଣ କରିବ। ଏହାବାଦ୍‌ ରେଳ ଷ୍ଟେସନରେ ବିଡିଏ ଅଞ୍ଚଳ ପାଇଁ ଏବ˚ ରେଲେଵ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରହିବ। ଜରୁରୀକାଳୀନ ସ୍ଥିତିରେ ଏହା ଖୋଲା ଯାଇପାରିବ। ଏହି ସମସ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଏବଂ ପୂର୍ବତଟ ରେଳପଥ ଅଧିକାରୀଙ୍କୁ ନେଇ ତିନିଟି କମିଟି ଗଠନ ହେବ। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ଅଧୢକ୍ଷତାରେ ହାଇପାଵାର ଷ୍ଟିଅରି˚ କମିଟି, ବିଡିଏ ଉପାଧୢକ୍ଷଙ୍କ ଅଧୢକ୍ଷତାରେ କୋର୍ଡିନେସନ୍‌ କମିଟି, ବିଡିଏ ମୁଖ୍ୟଯନ୍ତ୍ରୀଙ୍କ ଅଧୢକ୍ଷତାରେ ଫିଲ୍ଡ ଲେଭେଲ୍‌ ଟିମ୍‌ ଗଠନ ହେବ।

publive-image

ସେହିପରି ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନରେ ଏବେ ଥିବା ଷ୍ଟେସନ ବିଲଡି˚କୁ ଭଙ୍ଗା ଯାଇ ଅତ୍ୟାଧୁନିକ ଷ୍ଟେସନ ବିଲଡି˚ ନିର୍ମାଣ କରାଯିବ। ଏହାସହ ଏବେ ୬ଟି ପ୍ଲାଟଫର୍ମ ଥିବା ବେଳେ ଏହାକୁ ୮କୁ ବୃଦ୍ଧି କରାଯିବ। ଏଥିପାଇଁ ପ୍ଲାଟଫର୍ମ ୧କୁ ଭଙ୍ଗାଯାଇ ସମ୍ପ୍ରସାରଣ କରାଯିବ। ଏହି ପାର୍ଶ୍ବରେ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ ହେବ। ଏହାପରେ ବର୍ତ୍ତମାନ ଥିବା ପ୍ଲାଟଫର୍ମ ୧ ଭବିଷ୍ୟତରେ ପ୍ଲାଟଫର୍ମ ୩ ହୋଇଯିବ। ଏହାପରେ ଆଉ ସମ୍ପ୍ରସାରଣ ପାଇଁ କିନ୍ତୁ ସ୍ଥାନ ରହିବନି। ସେହିପରି ଷ୍ଟେସନର ୬ଟି ପ୍ଲାଟଫର୍ମକୁ ଏବେ ୮ଟି ରେଳ ଧାରଣା ସ˚ଯୋଗ କରୁଥିବା ବେଳେ ଏହାକୁ ୧୦କୁ ବଢ଼ାଯିବ।

ସେହିପରି ରେଳ‌ ଷ୍ଟେସନ ଉନ୍ନତୀକରଣ ପାଇଁ ପ୍ଲାଟଫର୍ମ-୧ ପାର୍ଶ୍ବରେ ଭଙ୍ଗାରୁଜା ହେବାକୁ ଥିବାରୁ ଏବେ ଏହି ପାର୍ଶ୍ବରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପ୍ଲାଟଫର୍ମ-୬ ପାର୍ଶ୍ବରେ ନିର୍ମାଣ ହେବ। ଅଧିକ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀ, ଲଗେଜ୍ ସ୍କାନର, ଅଧିକ ଗାଡ଼ି ଯେପରି ସୁବିଧାରେ ପ୍ଲାଟଫର୍ମ ନିକଟକୁ ଆସିପାରିବ, ସେଥିପାଇଁ ରାସ୍ତା ପ୍ରଶସ୍ତୀକରଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ହେବ। ତିନିବର୍ଷ ଧରି ଆଧୁନିକୀକରଣ କାମ ଚାଲିବାକୁ ଥିବାରୁ ପ୍ଲାଟଫର୍ମ-୬ ପାର୍ଶ୍ବ ମୁଖ୍ୟ ଫାଟକ ଭଳି କାମ କରିବ।

publive-image

କେଉଁ କାମ କେବେ ସରିବ

ରାଜ୍ୟ ସରକାର ମଲ୍‌ଟିମୋଡାଲ ହବ୍‌କୁ ଉନ୍ନତୀକରଣ କରି ଏହାକୁ ଭୁବନେଶ୍ବର ଟାଉନ୍‌ ସେଣ୍ଟରରେ ପରିଣତ କରିବେ। ଏଥିପାଇଁ ୮୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଠାରେ ନିର୍ମାଣ ହେବାକୁ ଥିବା ଆ‌ଇକନିକ୍ ବିଲଡିଂ ପାଇଁ ବିଡିଏ ୮୦ମିଟର ଉଚ୍ଚତା ବିଶିଷ୍ଟ ବିଲଡିଂର ଡିଜାଇନ୍ ପ୍ରସ୍ତୁତ କରିଥିବା ବେଳେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ୪୦ ମିଟର ପର୍ଯ୍ୟନ୍ତ ଅନୁମତି ଦେବାକୁ ରାଜି ଅଛନ୍ତି। ହେଲେ ଏହାକୁ ୮୦ମିଟର ପର୍ଯ୍ୟନ୍ତ କୋହଳ କରିବାକୁ ବିଡିଏ ପକ୍ଷରୁ ଏଏଆଇକୁ ଅନୁରୋଧ କରାଯାଇଛି।

ନଭେମ୍ବର, ୨୦୧୯ ସୁଦ୍ଧା ବିଡିଏ ଡିଜାଇନ୍ ଚୂଡ଼ାନ୍ତ କରିବ
ଟିକେଟ୍‌ ସଂରକ୍ଷଣ ଗୃହକୁ ଏପ୍ରିଲ, ୨୦୨୦ ସୁଦ୍ଧା ଭଙ୍ଗାଯିବ
ଜାନୁଆରି, ୨୦୨୦ ସୁଦ୍ଧା ଡିପିଆର୍‌ ପ୍ରସ୍ତୁତ ହେବ
ମାର୍ଚ୍ଚ, ୨୦୨୦ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ
ଜୁନ୍, ୨୦୨୦ରେ ନିର୍ମାଣକାରୀ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହେବ
ଅଗଷ୍ଟ, ୨୦୨୦ରେ ଲୋକଙ୍କ ପାଇଁ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବ, ୩୦ ମାସରେ ସରିବ
ପିପିପି ମୋଡରେ ମଲ୍ଟିମୋଡାଲ ରେଳ ଷ୍ଟେସନ ଉନ୍ନତୀକରଣ ଏବଂ ଆଇକନିକ୍ ବିଲଡିଂ ନିର୍ମାଣ କାର୍ଯ୍ୟ ଫେବ୍ରୁଆରି ୨୦୨୧ରେ ଆରମ୍ଭ ହେବ। ୪ବର୍ଷରେ ସରିବ।