ଭୁବନେଶ୍ୱରର ଯୁକ୍ତ୩ କଲେଜରେ ନାମଲେଖା: ୨୫ କଲେଜରେ ୭,୬୮୦ ସିଟ୍‌

ବିଜେବି କଲେଜ କଟ୍‌ ଅଫ୍‌ ମାର୍କ ଅଧିକ ରହିବ

ଭୁବନେଶ୍ୱର: ଯୁକ୍ତ୩ କଲେଜରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରାଯାଉଥିବାରୁ ଭୁବନେଶ୍ୱରର ବିଭିନ୍ନ କଲେଜରେ ହୋଇଥିବା ସାମ୍‌ସ ସେଣ୍ଟର୍‌ରେ ଆଜି ସେଭଳି ଗହଳି ଦେଖିବାକୁ ମିଳି ନ ଥିଲା। କାଁ ଭାଁ ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କରେ ଜାଣିବା ପାଇଁ ଆସୁଥିଲେ। ୨୦୧୮-୧୯ ଶିକ୍ଷାବର୍ଷରେ ସହରର ୨୫ଟି ଯୁକ୍ତ୩ କଲେଜର ୭ ହଜାର ୬୮୦ ସିଟ୍‌ ପାଇଁ ନାମଲେଖା ହେବ। କଳା ବିଭାଗରେ ୨ ହଜାର ୯୧୨ ସିଟ୍‌ ଥିବା ବେଳେ ଫିଜିକାଲ ସାଇନ୍‌ସରେ ୧୭୦୪, ବାଇଓଲୋଜିକାଲ ସାଇନ୍‌ସରେ ୯୧୨, ବାଣିଜ୍ୟରେ ୧୯୮୪ ଓ ସେଲ୍ଫ ଫାଇନାନ୍ସିଂର ୧୬୮ ସିଟ୍‌ରେ ନାମଲେଖା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ େଓ୍ଵବସାଇଟ୍‌ରେ ଉଲ୍ଲେଖ ହୋଇଛି। ତେଣୁ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ନ ପଡ଼ି କଲେଜଗୁଡ଼ିକୁ ଭଲ ଭାବେ ଯାଞ୍ଚ କରିବା ପରେ ଆବେଦନ କରିବାକୁ କୁହାଯାଇଛି। ପ୍ରତିବର୍ଷ କଟ୍‌ ଅଫ୍‌ ମାର୍କ ବଢ଼ୁଥିବାରୁ ଏଥର ମଧ୍ୟ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ପୂର୍ବରୁ ବିଗତବର୍ଷଗୁଡ଼ିକର କଟ୍‌ ଅଫ୍‌ ମାର୍କ ଭଲ ଭାବେ ଦେଖି ଆବେଦନ କରିବାକୁ ଶିକ୍ଷାବିତ୍‌ମାନେ ପରାମର୍ଶ ଦେଇଛନ୍ତି।

ବେସିକ୍‌ ସାଇନ୍ସ କଲେଜର ଫିଜିକାଲ ସାଇନ୍‌ସରେ ୬୪ ଓ ବାଇଓଲୋଜିକାଲ ସାଇନ୍‌ସରେ ୪୮ ସିଟ୍‌ ଓ ସେଲ୍ଫ ଫାଇନାନ୍ସିଂର ୧୧୨ ସିଟ୍‌ରେ ନାମଲେଖା ହେବ। ରାଜଧାନୀ କଲେଜର କଳାରେ ୨୫୬, ଫିଜିକାଲ ସାଇନ୍‌ସରେ ୬୪ ଓ ବାଇଓଲୋଜିକାଲ ସାଇନ୍‌ସରେ ୬୪, ବାଣିଜ୍ୟର ୧୨୮ ସିଟ୍‌, ବିଜେବି ସ୍ୱୟଂଶାସିତ କଲେଜର କଳାରେ ୫୧୨, ଫିଜିକାଲ ସାଇନ୍‌ସରେ ୧୨୦, ବାଇଓଲୋଜିକାଲ ସାଇନ୍‌ସରେ ୬୪, ବାଣିଜ୍ୟର ୨୫୬ ଓ ସେଲ୍ଫ ଫାଇନାନ୍ସିଂର ୫୬ ସିଟ୍‌ରେ ନାମଲେଖା କରାଯିବ। ଦେବରାୟ କଲେଜର କଳାରେ ୨୫୬, ଫିଜିକାଲ ସାଇନ୍‌ସରେ ୧୨୮ ଓ ବାଇଓଲୋଜିକାଲ ସାଇନ୍‌ସରେ ୪୮ ଓ ବାଣିଜ୍ୟରେ ୧୨୮, ଏକାମ୍ର କଲେଜର କଳାରେ ୨୫୬, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍‌ସରେ ୩୨ଟି ଲେଖାଏ ସିଟ୍‌, ବାଣିଜ୍ୟରେ ୨୨୪, ଶ୍ରୀ ସତ୍ୟସାଇ କଲେଜର କଳାରେ ୧୨୮, ଫିଜିକାଲ ଓ ବାଇଓଲୋଜିକାଲ ସାଇନ୍‌ସରେ ୩୨ଟି ଲେଖାଏ ସିଟ୍‌ରେ ନାମଲେଖା ହେବ।

କମଳା ନେହେରୁ ମହିଳା କଲେଜର କଳାରେ ୨୫୬, ଫିଜିକାଲ ସାଇନ୍‌ସରେ ୪୮ ଓ ବାଇଓଲୋଜିକାଲ ସାଇନ୍‌ସରେ ୧୬, ବାଣିଜ୍ୟରେ ୬୪, ବିଜୁ ପଟ୍ଟନାୟକ କଲେଜ ଅଫ୍‌ ସାଇନ୍‌ସ ଆଣ୍ଡ ଏଜୁକେସନ୍‌ର କଳାରେ ୧୯୨, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍‌ସରେ ୯୬ ଲେଖାଏ ସିଟ୍‌ ଓ ବାଣିଜ୍ୟର ୧୯୨ ସିଟ୍‌ରେ ନାମଲେଖା ହେବ। ସାଇ ଇଣ୍ଟରନ୍ୟାସନାଲ କଲେଜ ଅଫ୍‌ କମର୍ସ ଆଣ୍ଡ ଇକୋନୋମିକ୍ସର ବାଣିଜ୍ୟରେ ୧୨୮, ସିଟି ଓମେନ୍ସ ଓ ମହର୍ଷି ମହିଳା କଲେଜର ୧୨୮ ଲେଖାଏ ସିଟ୍‌, ମହର୍ଷି କଲେଜର କଳାରେ ୧୨୮, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍‌ସରେ ୯୬ଟି ଲେଖାଏ ସିଟ୍‌, ବାଣିଜ୍ୟର ୧୨୮ ସିଟ୍‌ ସମେତ ଅନ୍ୟ କେତେକ କଲେଜର ବିଭିନ୍ନ ବିଭାଗରେ ନାମଲେଖା କରାଯିବ।

ଗତବର୍ଷ କଟ୍‌ ଅଫ୍‌ ମାର୍କରେ ବିଜେବି ସ୍ୱୟଂଶାସିତ କଲେଜ ଆଗରେ ରହିଥିଲା। ଗଣିତ ସମ୍ମାନରେ ବିଜେବି କଲେଜର କଟ୍‌ ଅଫ୍‌ ମାର୍କ ୯୩.୪%, ପଦାର୍ଥ ବିଜ୍ଞାନରେ ୯୨.୮%, ରସାୟନ ବିଜ୍ଞାନରେ ୯୧.୮% ଥିଲା। ଏଠାରେ ଷ୍ଟାଟିଷ୍ଟିକ୍ସରେ ୮୭.୨%, ପ୍ରାଣୀ ବିଜ୍ଞାନରେ ୯୨.୪%, ଉଦ୍ଭିଦ ବିଜ୍ଞାନରେ ୯୦.୨%, ବାଣିଜ୍ୟ ବିଭାଗ ଆକାଉଣ୍ଟିଂରେ ୮୫.୬୭%, ମ୍ୟାନେଜମେଣ୍ଟରେ ୮୧% କଟ୍‌ ଅଫ୍‌ ମାର୍କ ଥିଲା। କଳାରେ ଭୂଗୋଳରେ କଟ୍‌ ଅଫ୍‌ ମାର୍କ ୮୭.୬%, ଅର୍ଥନୀତିରେ ୮୨.୮%, ଇଂରାଜୀରେ ୮୨.୬୭%, ମନସ୍ତତ୍ତ୍ୱବିଜ୍ଞାନରେ ୭୬.୬୭%, ରାଜନୀତି ବିଜ୍ଞାନରେ ୭୬.୫%, ସୋସିଓଲୋଜିରେ ୭୪.୮୩% ରହିଥିଲା।

ସମ୍ବନ୍ଧିତ ଖବର